Saturday , July 31 2021
Breaking News
Home / ବିଶେଷ / ବନ୍ଦର ମଜଦୁର ସଭା ରେ ସାମିଲ୍ ହେଲେ ୫୦ଜଣ କର୍ମଚାରୀ

ବନ୍ଦର ମଜଦୁର ସଭା ରେ ସାମିଲ୍ ହେଲେ ୫୦ଜଣ କର୍ମଚାରୀ

ପାରାଦୀପ ୦୧/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଟାଟା କମ୍ପାନୀ ଅଧିନ ରେ ସିକ୍ୟୁରିଟି ଗାର୍ଡ ଯୋଗାଉଥିବା ଟାଇମ୍ସ ସିକ୍ୟୁରିଟି ସଂସ୍ଥା ରେ କାମ କରୁଥିବା ୫୦ ରୁ ଉର୍ଦ୍ଧ କର୍ମଚାରୀ ବୁଧବାର ଦିନ ଭାରତୀୟ ମଜଦୁର ସଭା(ବିଏମ୍ଏସ୍) ରେ ସାମିଲ ହୋଇଛନ୍ତି । ବୁଧବାର ଦିନ ସଂଧ୍ୟା ରେ ଆୟୋଜିତ ଏହି ମିଶ୍ରଣ ପର୍ବ ରେ ସିକ୍ୟୁରିଟି କର୍ମଚାରୀମାନେ ବିଏମଏସ୍ ର ସଭାପତି ଶ୍ରମିକ ନେତା ରାକେଶ ପଟ୍ଟନାୟକ ଙ୍କ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ଏହି ଶ୍ରମିକ ସଂଗଠନ ରେ ସାମିଲ ହୋଇଛନ୍ତି । ଏହି କର୍ମଚାରୀମାନେ ୧୫ରୁ୨୦ ବର୍ଷଧରି କାମ କରିଆସୁଥିଲେ ବି କୌଣସି ସହାୟତା ପାଉନଥିବା କହିଛନ୍ତି । ଏହି କର୍ମଚାରୀମାନଙ୍କ ର ସମସୟା ସଂପର୍କ ରେ ଶ୍ରମିକ ସଂଗଠନ ର ସାଧାରଣ ସଂପାଦକ ଶ୍ରିକାନ୍ତ ରାୟ ଅବଗତ କରିଥିଲେ । ଆଗାମି ଦିନ ରେ ଏହି ସିକ୍ୟୁରିଟି କର୍ମଚାରୀମାନଙ୍କର ସମସ୍ୟା ର ସମାଧାନ ସଂପର୍କ ରେ ପଦକ୍ଷେପମାନ ଖୁବ୍ ଶୀଘ୍ର ନିଆଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *