Saturday , July 31 2021
Breaking News
Home / ବିଶେଷ / ବନ୍ଦର ପୂର୍ବତନ ମେରାଇନ୍ ଚିଫ୍ ଅଫିସର ଦମ୍ପତିଙ୍କ ଦେହାନ୍ତ

ବନ୍ଦର ପୂର୍ବତନ ମେରାଇନ୍ ଚିଫ୍ ଅଫିସର ଦମ୍ପତିଙ୍କ ଦେହାନ୍ତ

ପାରାଦୀପ ୦୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ପୂର୍ବତନ ମେରାଇନ୍ ଚିଫ୍ ଅଫିସର ୟୁ. ଅପ୍ପାଲାସ୍ୱାମୀଙ୍କ ଅପ୍ରେଲ ୩୦ତାରିଖରେ ବିଶାଖାପାଟଣା ସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ସେହି ହସ୍ପିଟାଲରେ ଏହାର ପୂର୍ବଦିନ ଅର୍ଥାତ ଅପ୍ରେଲ ୨୯ତାରିଖରେ ତାଙ୍କ ଧର୍ମପତ୍ନୀଙ୍କର ମଧ୍ୟ ଚିକିତ୍ସାଧିନନ ଅବସ୍ଥାରେ ମୃତୁ୍ୟ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଦମ୍ପତିଙ୍କର କରୋନା ସଂକ୍ରମଣରେ ମୃତୁ୍ୟ ଘଟିଥିବା ସନ୍ଦେହ କରାଯାଉଛି । ତେବେ ସଂପ୍ରତି କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୁରେଇ ରହି ଆସନ୍ତା କିଛି ସପ୍ତାହ ଘରେ ରହିବା ଶ୍ରେୟଷ୍କର ବୋଲି ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ବ୍ୟବହାର କରିବା ସହ ଦୈନିକ ବ୍ୟାୟାମ ଅଭ୍ୟାସ କରିବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *