Tuesday , June 15 2021
Breaking News
Home / ବିଶେଷ / ବନବିଭାଗ ପକ୍ଷରୁ ଚାରା ବଂଟନ ଆରମ୍ଭ

ବନବିଭାଗ ପକ୍ଷରୁ ଚାରା ବଂଟନ ଆରମ୍ଭ

ତିଗିରିଆ, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-  ବନ ମହୋତ୍ସବ ସପ୍ତାହ ଅବସରରେ ତିଗିରିଆ ବନପାଳଙ୍କ କାର୍ଯ୍ୟାଳୟସ୍ଥିତ ନର୍ସରୀରୁ ଜୁଲାଇ ୧ ତାରିଖ ସୋମବାରଠାରୁ ମାଗଣା ଚାରାବଂଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବନପାଳ ସୁଚରିତା ସାମନ୍ତରାୟଙ୍କ ତତ୍ୱାବଧାନରେ ଏହି ଚାରା ସର୍ବସାଧାରଣଙ୍କୁ ବଂଟନ କରାଯାଉଛି । ବର୍ଷା ଲାଗି ରହୁବାରୁ ଲୋକେ ଆସି ନପାରି ବର୍ଷା ଛାଡ଼ିବାପରେ କାର୍ଯ୍ୟାଳୟକୁ ଆସି ଚାରା ନେଉଥିବା ଦେଖାଯାଇଥିଲା । ଏଥିରେ ବିଭାଗୀୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଚଳିତବର୍ଷ ବିଭିନ୍ନ ପ୍ରକାରର ୫୦ ହଜାର ଚାରା ସର୍ବସାଧାରଣଙ୍କୁ ବଂଟନ ଲାଗି ପ୍ରସ୍ତୁତ ହୋଇଥିବା ବନପାଳ ସୁଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

ବାଲିଗୁଡ଼ା, ୧୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ …

Leave a Reply

Your email address will not be published. Required fields are marked *