Tuesday , June 15 2021
Breaking News
Home / ବିଶେଷ /  ବଦଳିଲେ କେନ୍ଦ୍ରାପଡା ଜିଲ୍ଲାପାଳ,ସମର୍ଥ ବର୍ମା ହେଲେ ନୂତନ ଜିଲ୍ଲାପାଳ

 ବଦଳିଲେ କେନ୍ଦ୍ରାପଡା ଜିଲ୍ଲାପାଳ,ସମର୍ଥ ବର୍ମା ହେଲେ ନୂତନ ଜିଲ୍ଲାପାଳ

କେନ୍ଦ୍ରାପଡା୨୩/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ୪୪ତମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧରୀଙ୍କର ଭୂବନେଶ୍ୱର ପୈାରନିଗମକୁ କମିଶନର ଭାବେ ବଦଳି ହୋଇଛି ।

             ସମର୍ଥ ବର୍ମା ,ନୂତନ ଜିଲ୍ଲାପାଳ

ସେଠାରେ କାର୍ଯ୍ୟରତ ଥିବା କମିଶନର ସମର୍ଥ ବର୍ମାଙ୍କର କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ସରକାରୀ ନିର୍ଦେଶନାମା ବାହାରିଛି । କେନ୍ଦ୍ରାପଡାର ୪୫ତମ ଜିଲ୍ଲାପାଳ ଭାବେ ଶ୍ରୀ ଶର୍ମା ଏଠାରେ ଯୋଗଦେବେ ।  ଜିଲ୍ଲା ହେବାର ୨୬ ବର୍ଷ ଭିତରେ ୪୪ଜଣ ଜିଲ୍ଲାପାଳଙ୍କ ଏଠାରୁ ବଦଳି ହେଲାଣି । ଗତ ମଇମାସ ୭ତାରିଖରେ ଏଠାରେ ଯୋଗଦେଇଥିବା ପ୍ରେମ ଚନ୍ଦ୍ର ଚୈାଧରୀଙ୍କୁ  ମାତ୍ର ୪୬ଦିନର କାର୍ଯ୍ୟକାଳ ପରେ ଏଠାରୁ ବଦଳି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *