Tuesday , June 15 2021
Breaking News
Home / ବିଶେଷ / ବଢୁଛି ଶଦ୍ଦ ପ୍ରଦୁଷଣ,ଲୋକେ ଅତିଷ୍ଟ

ବଢୁଛି ଶଦ୍ଦ ପ୍ରଦୁଷଣ,ଲୋକେ ଅତିଷ୍ଟ

ଗରଦପୁର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ଗ୍ରାମାଂଚଳରେ ଶଦ୍ଦ ପ୍ରଦୁଷଣ ବଢୁଥିବାରୁ ଲୋକେ ଅତିଷ୍ଟ ହେଲେଣି । ଶଦ୍ଦ ପ୍ରଦୁଷଣକୁ ରୋକିବା ପାଇଁ ସରକାର ସଚେତନତା ସହ ବିଭିନ୍ନ ପଦକ୍ଷେପମାନ ନେଉଥିବାବେଳେ,ପ୍ରଶାସନର ଅବହେଳା କାରଣରୁ ପାଟକୁରା ଭଳି ଗ୍ରାମାଂଚଳରେ ଶଦ୍ଦ ପ୍ରଦୁଷଣ ଦିନକୁ ଦିନ ବଢି ବଢି ଚାଲିଛି । ବିଶେଷକରି ଉଚ୍ଚ ଶଦ୍ଦ ଯୁକ୍ତ ଡିଜେ ସାଉଣ୍ଡରେ ଲୋକେ ଅତିଷ୍ଟ ହେଲେଣି । ରାସ୍ତାରେ ଡିଜେ ସାଉଣ୍ଡ ବଜାଇ ଶୋଭାଯାତ୍ରା ଗଲା ବେଳେ,ଘରେ ପିଲାମାନେ ପାଠ ପଢି ପାରୁ ନ ଥିବାବେଳେ,ବୃଦ୍ଧ/ବୃଦ୍ଧା କିମ୍ବା ରୋଗୀଲୋକମାନେ କଷ୍ଟ ଅନୁଭବ କରୁଛନ୍ତି । ଏ ସମ୍ପର୍କରେ ପ୍ରଶାସନଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଏହାର ମାତ୍ରା କ୍ରମେ କ୍ରମେ ବଢି ବଢି ଚାଲିଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ବିବାହ ରୁତୁ ଶେଷ ହୋଇଛି । ଏହି ବିବାହ ରୁତୁ ଚାଲିଥିବା ସମୟରେ ବିଭିନ୍ନ ରାସ୍ତାଘାଟରେ ବାଣ ରୋଷଣି ସହ ବିଭିନ୍ନ ଗ୍ରାମମାନଙ୍କରେ ମଧ୍ୟ ବର ଶୋଭାଯାତ୍ରା ଯିବାବେଳେ ଶଦ୍ଦ ପ୍ରଦୁଷଣ ହେଉଥିଲା । ଏବେ କିଛି ଦିନ ହେଲା ବିବାହ ରୁତୁ ଶେଷ ହେବା ପରେ ପାଟକୁରା ଅଂଚଳରେ ନିର୍ବାଚନ ତାତି ଆରମ୍ଭ ହୋଇଥିଲା । ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ବିଭିନ୍ନ ପ୍ରଚାର ଗାଡିମାନଙ୍କରେ ଆଧୁନିକ ଶୈଳିରେ ଗୀତ ସହିତ ବିଭିନ୍ନ ଦଳିୟ ସ୍ଲୋଗାନମାନ ରହିଥିଲା । ଏହି ସବୁ ପ୍ରଚାର ଗାଡିଗୁଡିକରେ ପ୍ରତିଯୋଗିତାମୂଳକ ଭାବରେ ଉଚ୍ଚ ଶଦ୍ଦରେ ସ୍ଲୋଗାନ୍ ଓ ଗୀତ ଆବୃତି କରାଯାଉଥିଲା,ଯାହାକି ଜଣେ ରୋଗୀ ବା ଶିଶୁ ପାଇଁ ଅସହ୍ୟ ବୋଧ ହୋଇ ପହୁଥିଲା । ଏହି ନିର୍ବାଚନୀ ପର୍ବ ସରିବା ପରେ ଏବେ ଆରମ୍ଭ ହୋଇଛି ଶ୍ରାବଣୀ ପଦଯାତ୍ରା ପର୍ବ । ଏହି ଶ୍ରାବଣୀ ପଦଯାତ୍ରୀରେ ବିଭିନ୍ନ ଗ୍ରାମଗୁଡିକରେ ଯୁବକମାନେ ଦଳଗତ ହୋଇ ଶିବ ମନ୍ଦିରକୁ ପାରଣି ଢାଳିବା ପାଇଁ ଯିବା ସମୟରେ ପ୍ରଚାର ଗାଡିମାନଙ୍କରେ ଉଚ୍ଚ ଶଦ୍ଦରେ ଡିଜେ ସାଉଣ୍ଡ ଲଗାଇ ବିଭିନ୍ନ ରାସ୍ତା,ଗ୍ରାମ ଓ ବଜାର ଗୁଡିକ ଦେଇ ପରିକ୍ରମା କରୁଛନ୍ତି । ଏହି ଡିଜେ ସାଉଣ୍ଡ ଏତେ ପରିମାଣରେ ବାଜୁଛି ଯେ, ଶୃତି କଟୁ ହୋଇପଡୁଛି । ଯାହାକି ଏହାକୁ ରୋକିବା ପାଇଁ କେହିବି ଚିନ୍ତା କରୁ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସାଧାରଣତଃ ଜଣେ ମଣିଷ ୬୦ଡେସିବିଲ ପର୍ଯ୍ୟନ୍ତ ଶଦ୍ଦକୁ ଭଲରେ ଶୁଣିପାରୁ ଥିବାବେଳେ,ଏହାର ମାତ୍ର ବଢାଇ ୪ଶହରୁ ୫ଶହ ପର୍ଯ୍ୟନ୍ତ ଡେସିବଲରେ ଡିଜେ ବଜାଇ ବିଭିନ୍ନ ଶୋଭାଯାତ୍ର କରାଯାଉଥିବାରୁ ସାଧାରଣ ଲୋକମାନେ ଏଥି ପ୍ରତି ଅତିଷ୍ଟ ହୋଇପଡିଛନ୍ତି । ଏ ସମ୍ପର୍କରେ ନୂଆପଡା ଠାରେ ଥିବା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ କହନ୍ତି ଯେ,ଶଦ୍ଦ ପ୍ରଦୁଷଣର ମାତ୍ରା ବୃଦ୍ଧି ହେଲେ ଜନସାଧାରଣଙ୍କ ସୁସ୍ଥ ଜୀବନଯାପନରେ ବାଧା ସୃଷ୍ଟି ହେବ । ଏହା ଫଳରେ ମଣିଷର ରକ୍ତଚାପ ଓ ହୃଦକମ୍ପନ ଆଦି ବୃଦ୍ଧି ପାଇଥାଏ । ଏଥି ସହିତ ବହୁ ଲୋକମାନେ ନିଦ୍ରା ହୀନତା ଓ ମୁଣ୍ଡବ୍ୟଥା ଭଳି ସମସ୍ୟାର ଶିକାର ମଧ୍ୟ ହୋଇଥାଆନ୍ତି । ଫଳରେ କେକେତ ବ୍ୟକ୍ତି ଚିଡିଚିଡା ମଧ୍ୟ ହୋଇଯାଆନ୍ତି । ଏହାର କୁପ୍ରଭାବ କୋମଳମତି ଶୁଶୁମାନଙ୍କ ଉପରେ ମଧ୍ୟ ପଡିଥାଏ ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *