Monday , June 21 2021
Breaking News
Home / ବିଶେଷ / ବଡମାଣତିଆ ଗ୍ରାମରେ ୪୧ତମ ଗୃହଲକ୍ଷ୍ମୀ ପୂଜାରେ ପାୟଲ ମୁ୍ୟଜିକ ସ୍କୁଲର ସାଂସ୍କୃତିକ ବିଚିତ୍ରା

ବଡମାଣତିଆ ଗ୍ରାମରେ ୪୧ତମ ଗୃହଲକ୍ଷ୍ମୀ ପୂଜାରେ ପାୟଲ ମୁ୍ୟଜିକ ସ୍କୁଲର ସାଂସ୍କୃତିକ ବିଚିତ୍ରା

କେନ୍ଦ୍ରାପଡା,୨୭/୦୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ବଡମାଣିତିଆ ଗ୍ରାମରେ ୪୧ତମ ଗୃହଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଇନ୍ଦୁପୁରର ପାୟଲ ମୁ୍ୟଜିକ ସ୍କୁଲ ପକ୍ଷରୁ  ଏକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ପାୟଲ ମୁ୍ୟଜିକ ସ୍କୁଲର ପ୍ରତିଷ୍ଠାତା  ତଥା ସମାଜସେବୀ ଦେବାଶିଷ ସାମଲଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପାୟଲ ମୁ୍ୟଜିକ ସ୍କୁଲର ନୃତ୍ୟଗୁରୁ ଦିଲ୍ଲିପ କୁମାର ଜେନା, ଦିବାକର ସଙ୍ଗୀତ ନିକେତନର ସଭାପତି ସରୋଜକାନ୍ତ ପରିଡା, ସମ୍ପାଦକ ଗଣେଶ ଚନ୍ଦ୍ର ରାଉତଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ପାୟଲ ମୁ୍ୟଜିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ, ଦଳଗତ ସମ୍ବଲପୁରୀ ନୃତ୍ୟ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ କୁଳମଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *