Tuesday , June 15 2021
Breaking News
Home / ତାଜା ଖବର / ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ୨ଗୁରୁତର

ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ୨ଗୁରୁତର

କେନ୍ଦ୍ରାପଡା, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଘଟି ୫ ଜଣଙ୍କ ଜୀବନ ହାନୀ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ଗରଦପୁର ବ୍ଲକରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମହାକାଳପଡା ବ୍ଲକରେ ୨ ଜଣ ଏବଂ ମାର୍ଶାଘାଇ ବ୍ଲକରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଗରଦପୁର ବ୍ଲକ ମରିଲୋ ଗାଁର ଦିଲ୍ଲୀପ ମଲ୍ଲିକ (୪୬) ଗୋତ୍ରୀବିଲ ଗାଁର ଅଜୟ ନାୟକ(୪୮) ବିଲରେ ଚାଷ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ବେଳେ ମହାକାଳପଡା ବ୍ଲକର କରଞ୍ଜ ଗ୍ରାମର ପପୁନି ଦାସ(୨୨) ଓ ରଙ୍ଗାଣୀ ବେହେରା (୪୮) ମାର୍ଶାଘାଇ ଥାନା ଅନ୍ତର୍ଗତ ନାରଣପୁର ଗ୍ରାମର ବିଜୟ ନାୟକ(୬୫) ବିଲକୁ ଖାଇବା ନେଇ ଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ବେଳେ ଦୋଳଗୋବିନ୍ଦ ଦାସ ନାମକ ଜଣେ ଚାଷୀ ବଜ୍ରପାତରେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଏହି ଚାଷୀମାନେ ବିଲରେ ଚାଷ କାମ କରୁଥିଲେ । ବୁଧବାର ମଧ୍ୟାହ୍ନ ସମୟରେ ହଠାତ୍ ବର୍ଷା ସହିତ ବଜ୍ରପାତ ହେବାରୁ ଚାଷୀମାନଙ୍କ ମଧ୍ୟରୁ ପପୁନି ଦାସ, ରଙ୍ଗଣୀ ବେହେରା, ବିଜୟ ନାୟକ ଜମିରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ୫ ଜଣଙ୍କ ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ନିମନ୍ତେ ପହଂଚିବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶବ ଗୁଡିକୁ ବ୍ୟବଛେଦ କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *