Sunday , June 20 2021
Home / ତାଜା ଖବର / ବଜ୍ରପାତରେ ୨ ମୃତ, ଜଣେ ମହିଳାଙ୍କ ସମେତ ୩ ଗୁରୁତର ଆହତ

ବଜ୍ରପାତରେ ୨ ମୃତ, ଜଣେ ମହିଳାଙ୍କ ସମେତ ୩ ଗୁରୁତର ଆହତ

କଟକ, ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ବଜ୍ରପାତରେ ଗତକାଲି କଟକ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ନିଶ୍ଚିତକୋଇଲି ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ପାଳଦା ଗ୍ରାମ ପାଖ କ୍ଷେତରେ ଜଳଧର ଦାସ ଓ ମହେଶ୍ୱର କାଣ୍ଡି କାମ କରୁଥିଲେ । ଏହି ସମୟରେ ବଜ୍ରପାତରେ ଉଭୟ ଚେତାଶୂନ୍ୟ ହୋଇପଡିଥିଲେ । ଗ୍ରାମବାସୀଙ୍କ ସହାୟତାରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ରାମକୃଷ୍ଣପୁର ଗାଁର ଗୋପାଳ ମଲ୍ଲ, ଜଟାଧାରୀ ଲେଙ୍କା ଓ ମନ୍ଦାକିନୀ ବେହେରା କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *