Friday , June 18 2021
Breaking News
Home / ବିଶେଷ / ବଙ୍ଗୋମୁଣ୍ଡା , କଁସିଲ ରେ ବାହୁଡା ଯାତ୍ରା ସଂପନ୍ନ

ବଙ୍ଗୋମୁଣ୍ଡା , କଁସିଲ ରେ ବାହୁଡା ଯାତ୍ରା ସଂପନ୍ନ

କପିଲାଭଟା, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ର ସହ ମହାସମାରୋହରେ ବାହୁଡା ଯାତ୍ରା ସଂପନ୍ନ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସଦରରେ ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ହଜାର ହଜାର ସଖ୍ୟାରେ ଭକ୍ତ ଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ଜମିଦାର ଙ୍କ ରାଜବଖରୀ ସ୍ଥିତ ମାଉସୀ ମନ୍ଦିର ରେ ନଅ ଦିନ ଭକ୍ତ ଙ୍କୁ ଦର୍ଶନ ଦେଇ ନଅ ଦିନ ବ୍ୟାପୀ ଯାତ୍ରା ସଂପନ୍ନ କରି ମହାପ୍ରଭୁ ଜଗନ୍ନ୍ାଥ ଲେଉଟିଛନ୍ତି ଶ୍ରୀମନ୍ଦିର କୁ । ହେଲେ ଭୁଲିପାରୁ ନାହାନ୍ତି ମାଉସୀ ମା ଙ୍କ ପୋଡ ପିଠା । ବଙ୍ଗୋମୁଣ୍ଡା ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ ଛେରାଁ ପହଁରା କଲା ପରେ ରଥ ରେ ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା ,ସୁଦର୍ଶନ ଙ୍କ ରଥାରୂଢ କରାଯାଇଥିଲା । ମୁଖ୍ୟ ସେବାୟତ ତଥା ବଙ୍ଗୋମୁଣ୍ଡା ସରପଂଚ ସୁଶାନ୍ତ ଯୋଷୀ,ଡ. ନାରୟଣ ମିଶ୍ର,ହରିହର ତ୍ରିପାଠୀ, ଅମୂଲ୍ୟ ଖମାରୀ ,ଚକ୍ରଧର ପାଣିଗ୍ରାହୀ, ତ୍ରୟମ୍ବକ ପୁରୋହିତ, ରାଜେଶ ଚନ୍ଦ୍ର ପାଣିଗା୍ରହୀ, ସତ୍ୟନାରାୟଣ ମିଶ୍ର, କିଶୋର ଖମାରୀ, ନରହରି ପାଣିଗ୍ରାହୀ, ଆନନ୍ଦ ମିଶ୍ର,ମକୁନ୍ଦ ପାଣିଗ୍ରାହୀ,ସନ୍ତୋଷ ମିଶ୍ର,ଗଣ୍ଡାରାମ ବେହେରା,ଦୀପକ କୁମାର ପାଣିଗ୍ରାହୀ,ସୌମ୍ୟ ରଞ୍ଜନ ପାଣିଗ୍ରାହୀ,ରାହାସ ଥନାପତି,ଡମ୍ବରୁ ଥନାପତି,ନରସିଂହ ଥନାପତି,ବିରେନ୍ଦ୍ର ସରାଫ ପ୍ରମୁଖ ଠାକୁର ଙ୍କ ୁ ପହଣ୍ଡି ବିଜେ କରି ରଥାରୁଢ କରିଥିଲେ । ରଥଯାତ୍ରା କମିଟୀ ର ଅନୀଲ ଜୈନ, ଆନନ୍ଦ କୁମାର ଅଗ୍ରୱାଲ, ପବନ ଜୈନ, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ,ସୁନୀଲ ଅଗ୍ରୱାଲ ପ୍ରମୁଖ ଙ୍କ ସମେତ ବଙ୍ଗୋମୁଣ୍ଡା ପୋଲିସ ,ପ୍ରଶାସନିକ ଅଧିକାରୀ ,ବଙ୍ଗୋମୁଣ୍ଡା ପଂଚାୟତ କର୍ମଚାରୀ ସହ ଯୋଗ କରିଥିଲେ । ରୀତିନୀତି ପ୍ରାତଃ କାର୍ଯ୍ୟ ସଂପନ୍ନ ପରେ ଖିଚ୍ଡି ଭୋଗ ଲଗାଯାଇଥିଲା ଓ ସମସ୍ତ ଭକ୍ତ ମାନଙ୍କୁ ଅବଢା ବ୍ୟବସ୍ଥା କରାଯାଇଥିଲା । ରଥ ଟାଣିବା ପାଇଁ ଭକ୍ତ ଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ମାଉସୀ ମନ୍ଦିର ରୁ ଦଧିବାମନ ମନ୍ଦିର କୁ ମହାପ୍ରଭୁ ଙ୍କୁ ଟାଣି ଆଣିଥିଲେ । ଖୋଳ,କିର୍ତନ,ଘଂଟ,ଶଙ୍ଖ ବାଦ୍ୟରେ ପ୍ରକମ୍ପିତ ହୋଇଉଠୁଥିଲା । ସେହିପରି ମୁଣ୍ଡପଦର ପଂଚାୟତର କଁସିଲ ଗ୍ରାମ ରେ ମଧ୍ୟ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ବାହୁଡା ଯାତ୍ରା । ରଥ କୁ ଗ୍ରାମର ଗଉନ୍ତିଆ କୋଦଣ୍ଡଧର ଭୋଇ ଛେରା ପହଁରା କଲା ପରେ ରଥାରୂଢ ଜଗନ୍ନାଥ ,ବଳଭଦ୍ର ,ସୁଭଦ୍ରା ଙ୍କ ରଥ ଟଣା ହୋଇଥିଲ । ବହୁ ସମାଗମରେ ବାହୁଡା ଯାତ୍ରା ସଂପନ୍ନ ହୋଇଥିଲା ଭକ୍ତମାନେ ରଥ ଟାଣି ମନ୍ଦିର ନିକଟକୁ ଟାଣିଆଣିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ର ସିନେ୍ଧକେଲା, ଭାଲୁମୁଣ୍ଡା, ଝଲପ- ମମିଆ,ରାଣୀପୁର, ଝରିଆଳ,ଚୁଲିଫୁଙ୍କା,ବିରିପାଲି, ଆଦି ବିଭିନ୍ନ ଗ୍ରାମରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ର ସହ ବାହୁଡା ରଥଯାତ୍ରା ପାଳିତ ହୋଇଯାଇଛି । ଅଂଚଳର ହଜାର ହଜାର ଲୋକ ଙ୍କ ଭିଡ ବାହୁଡା ଯାତ୍ରା ରେ ପରିଲକ୍ଷିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *