Thursday , June 24 2021
Breaking News
Home / ବିଶେଷ / ଫୋନ ରେ ସ୍ୱାମୀଙ୍କ ତିନ ତଲାକ : ଅଭିଯୋଗ ଆଣିଲେ ମହିଳା

ଫୋନ ରେ ସ୍ୱାମୀଙ୍କ ତିନ ତଲାକ : ଅଭିଯୋଗ ଆଣିଲେ ମହିଳା

ପଟ୍ଟାମୁଣ୍ଡାଇ, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ସଂସଦରେ ଟ୍ରିପଲ୍ ତଲାକ୍ କୁ ଅସିଦ୍ଧ ଘୋଷଣା ଏବଂ ଏହାକୁ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବା ପରେ ମଧ୍ୟ ଫୋନ୍ ଯୋଗେ ସ୍ୱାମୀ ତଲାକ୍ ଦେଇଥିବା ଅଭିଯୋଗ ହୋଇଛି  । ଏଭଳି ସଙ୍ଗିନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରୁ  । ଏନେଇ ସମ୍ପୃକ୍ତ ମହିଳା ଜଣକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ମହିଳାଙ୍କ ଅଭିଯୋଗକୁ ଭିତି କରି ପୋଲିସ ତଦନ୍ତ ଆରମ୍ଭ କରିଛି  । ସୂଚନା ଅନୁଯାୟୀ, ଗତ ୭ ବର୍ଷ ତଳେ ମହିଳା ଜଣକ ପଟ୍ଟାମୁଣ୍ଡାଇ ଅଂଚଳର ଆବୁ ସୁଫିଆ ଖାନ୍ ଙ୍କୁ ବିବାହ କରିଥିଲେ  । ଏହାପରେ ସେମାନେ ୬ ମାସ ହାଇଦ୍ରାବାଦରେ ରହିଥିଲେ  । ହେଲେ ମହିଳା ଜଣକ ଗର୍ଭବତୀ ହେବା ପରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ଗାଁରେ ଛାଡି ଚାଲି ଯାଇଥିଲେ  । ପରବର୍ତୀ ସମୟରେ ଶାଶୂଘର ଲୋକଙ୍କ ନିର୍ଯାତନା ସମ୍ପର୍କରେ ସେ ସ୍ୱାମୀଙ୍କୁ ଜଣାଇଥିଲେ ସୁଦ୍ଧା ସ୍ୱାମୀ ତାଙ୍କୁ ବାପ  ଘରକୁ ଚାଲିଯିବାକୁ କହିଥିଲେ  । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ଫୋନ ରେ ତଲାକ ଦେଇଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *