Sunday , June 20 2021
Home / ବିଶେଷ / ଫିଟୁଛି ହତ୍ୟାର ଗୁମର,ପଞ୍ଚାନନ ପରେ ଉମେଶ ଦେଖାଇଲା ଡେମୋ

ଫିଟୁଛି ହତ୍ୟାର ଗୁମର,ପଞ୍ଚାନନ ପରେ ଉମେଶ ଦେଖାଇଲା ଡେମୋ

ମାହାଙ୍ଗା ,୦୯/୦୧/୨୦୨୧(ଓଡ଼ିଶା ସମାଚାର/ ଅଭୟ ଜେନା) ମାହାଙ୍ଗା ଡବଲ ମର୍ଡର ଘଟଣାକୁ କେନ୍ଦ୍ରକରି ରାଜନୀତି ଯୋର ଧରିଛି । ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜୁ ଜନତା ଦଳକୁ ଏବଂ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ଘଟଣାରେ ସିଧାସଳଖ ଯୋଡିବାକୁ ଜୀ-ଯାନ ଲଗେଇ ଦେଇଥିବା ବେଳେ,ଶାସକ ବିଜେଡି ବିରୋଧୀଙ୍କ ହୀନ ରାଜନୀତିକୁ ତୀବ୍ର ସମାଲୋଚନା କରିଛି । ସେପଟେ ପୋଲିସ ଅପରାଧୀଙ୍କ ପାଖରେ ପହଂଚିବାରେ ସଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି ।
ଜାନୁଆରୀ ୨ ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ସାରାରାଜ୍ୟ ହୁଲସ୍ତୁଲ ହେଉଛି । ବିଜେପି ସାଲେପୁର ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କ ହତ୍ୟା ଶାସକ ଦଳ ଇଙ୍ଗିତରେ ହେବାନେଇ ଅଭିଯୋଗ ଆସୁଛି । କିନ୍ତୁ ହତ୍ୟାର ୩୬ ଘଣ୍ଟା ଭିତରେ ୪ ଜଣ ଓ ୪୮ ଘଣ୍ଟା ଭିତରେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସହିତ ନୁର୍ତ୍ତାଙ୍ଗ ପଞ୍ଚାୟତର ସେହି ହତ୍ୟା ସ୍ପଟରେ ପହଞ୍ଚିଥିଲା ଓ ପଞ୍ଚାନନ ଡେମୋ ଦେଖାଇଥିଲା । ପୋଲିସ ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ କରିଥିଲା । ତେବେ ପଞ୍ଚାନନ ସତ ଉଗାଳିବା ପରେ ପୋଲିସ ତାର ମୁଖ୍ୟ ସହଯୋଗୀ ଉମେଶ ଖଟୁଆକୁ ସୁନ୍ଦରଗଡ ଜିଲ୍ଲାରୁ ଗିରଫ କରିଛି । ହତ୍ୟା ପରେ ବାଇକ ଯୋଗେ ଉମେଶ ରାତାରାତି କେନ୍ଦ୍ରାପଡ଼ା ଜିଲ୍ଲା ସୋରିଷିଆ ଗାଁ’ରେ ପହଂଚି ସେଠାରେ ରକ୍ତଲଗା ସମସ୍ତ ପୋଷକ ପୋଡିଦେଇ ଥିଲା ।ସେଇ ଗାଁ’ରେ ତାର ଶଶୁର ଘରେ ରାତି କଟେଇ, ସକାଳୁ ରାଇରଙ୍ଗପୁର ଚାଲିଯାଇଥିଲା । ଗିରଫ ପରେ ପୋଲିସକୁ ଉମେଶ ଡେମୋ ଦେଖାଇଛି । ଉମେଶର ବାଇକ ତାର ଶଶୁରଘରୁ ଜବତ ହେବା କୁହାଯାଉଛି । ଏଥିସହ ସେ ବ୍ୟବହାର କରୁଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି । ପଞ୍ଚାନନ ଓ ଉମେଶ ଠାରୁ ଯେଉଁ ବିସ୍ଫୋରକ ତଥ୍ୟ ପୋଲିସକୁ ମିଳିଛି, ସେଇ ତଥ୍ୟ ଆଧାରରେ ଏହି ଡବଲ ମର୍ଡର ଘଟଣାରୁ କୌଣସି ଅପରାଧୀ ଖସିବା ମୁସ୍କିଲ ବୋଲି କୁହାଯାଉଛି । ବିରୋଧୀ ବିଜେପି ଓ କଂଗ୍ରେସକୁ ଏହି ଡବଲ ମର୍ଡର ଘଟଣାରୁ ଅଧଲାଟାକର ଫାଇଦା ମିଳିବାର କୌଣସି ସଂଭାବନା ଦେଖା ଯାଉନି । ଆଜି ଥାନାରେ ଅଟକ ଥିବା ୩ ଜଣଙ୍କୁ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ମାନେ ପଚରା ଉଚରା କରିଥିଲେ । ତେବେ ଅଭିଯୁକ୍ତ ଉମେଶ ଖଟୁଆକୁ କୋର୍ଟ ଚାଲାଣ ପାଇଁ ପୋଲିସ ଯୋଜନା କରିବା ପରେ, ଅଟକ ଲୋକମାନଙ୍କୁ ଅଧିକ ପଚରା ଉଚରା ଜାରିରହିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *