Friday , June 18 2021
Breaking News
Home / କୃଷି / ଫନି ସହାୟତା ପାଇବାରୁ ପାଟକୁରା ଅଂଚଳ ବଂଚିତ,ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି

ଫନି ସହାୟତା ପାଇବାରୁ ପାଟକୁରା ଅଂଚଳ ବଂଚିତ,ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି

ଗରଦପୁର ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-‘ଫନି’ ବାତ୍ୟା ସହାୟତା ପାଇବାରୁ ବଂଚିତ ହୋଇଥିବା ପାଟକୁରା ଅଂଚଳର ଗରଦପୁର ଓ ଡେରାବିଶ ବ୍ଲକର ଚାଷୀମାନଙ୍କ ପାଇଁ ସରକାର ପୁନର୍ବିଚାର କରିବାକୁ ଦାବି କରାଯାଇଛି । ପ୍ରକାଶ ଯେ, କେନ୍ଦ୍ରାପଡା ଜିଲାକୁ ‘ଫନି’ ବତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି (୪୭୪୪)ଅନୁସାରେ ପାଟକୁରା ଅଂଚଳର ଗରଦପୁର ଓ ଡେରାବିଶ ବ୍ଲକ ଅଧିନ ଚାଷୀମାନେ ଏହି ସହାୟତା ପାଇବାରୁ ବଂଚିତ ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି । ଏ ନେଇ ଅଂଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଛି । ଏହି ଅଂଚଳର ଚାଷୀମାନଙ୍କୁ ‘ଫନି’ ସହାୟତାରୁ ବଂଚିନ ନ କରାଯିବା ପାଇଁ ପାଟକୁରା ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦ୍ୟେଶରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କୁ ଏକ ସ୍ମାରକପତ୍ର ଦେଇଥିବା ଶ୍ରୀ ଦାସ ପାଟକୁରା ଠାରେ ପ୍ରକାଶ କରିଛନ୍ତି । ଏଥି ସହିତ ଏହାର ପୁନର୍ବିଚାର କରିବା ପାଇଁ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ମଧ୍ୟ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ପାଟକୁରା ଠାରେ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଦାସ ପ୍ରକାଶ କରିଛନ୍ତି ଯେ,ଗତ ମଇ ମାସରେ ‘ଫନି’ ବାତ୍ୟା ପ୍ରଭାବରେ ପ୍ରଭାବିତ ହୋଇଥିବା ଏହି ଅଂଚଳର ଜନସାଧାରଣମାନଙ୍କ ପାଇଁ ନିର୍ବାଚନ କମିଶନ ପାଟକୁରା ବିଧାନସଭା ନିର୍ବାଚନକୁ ଦୁଇ ମାସ ଘୁଂଚାଇ ଦେଇଥିଲେ । ମାତ୍ର ଏବେ ଫନି ସହାୟତା ପାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେଥିରେ ପାଟକୁରା ଅଂଚଳରେ ଥିବା ଗରଦପୁର ଓ ଡେରାବିଶ ବ୍ଳକ ଅଂଚଳର ଚାଷୀମାନଙ୍କ କ୍ଷତିପୂରଣ ପାଇବା ପାଇଁ ବିଜ୍ଞପ୍ତିରେ ନାମ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟ ସରକାର ତୁରନ୍ତ ଏହି ଅଂଚଳକୁ ‘ଫନି’ ସହାୟତା ପ୍ରଦାନ କରିବା ପାଇଁ ପୁନର୍ବିଚାର କରନ୍ତୁ ବୋଲି ଶ୍ରୀ ଦାସ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ଜଣାଇଛନ୍ତି । ପାଟକୁରା ଠାରେ ବିଧାୟକ ପ୍ରତିନିଧି ଶ୍ରୀ ଦାସଙ୍କ ସହିତ ଗରଦପୁର ବ୍ଲକର ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି, ପାଖଡ ସରପଂଚ ଗୌରାଙ୍ଗ ଚରଣ ପରିଡା,ଗରଦପୁର ପଂଚାୟତର ସରପଂଚ ସୁକାନ୍ତି ମୁଦୁଲି,ସମାଜସେବୀ ଅରୁଣ କୁମାର ପଣ୍ଡା,ଅମିୟ କୁମାର ରାୟ,ଓପଲଫେଡ୍ର ଡାରେକ୍ଟର ଘନଶ୍ୟାମ କାପ.ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ,କଳାବୁଦା ସରପଂଚ ପ୍ରକାଶ ସାହୁ, ପ୍ରମୋଦ ପତି,ମକର ଚନ୍ଦ୍ର ପତି,ନରୋତମ ପଣ୍ଡା,ଯୋଗଗୁରୁ ଦେବ କୁମାର ପାଣି,ପ୍ରମୁଖ ଏକ ମିଳିତ ବିବୃତିରେ ଏହା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *