Wednesday , June 16 2021
Breaking News
Home / ରାଜନୀତି / ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ବିଜେପିର ଅଭିଯୋଗ

ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ବିଜେପିର ଅଭିଯୋଗ

ସାଲେପୁର, ୩୧/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) : ସାଲେପୁର ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିବା ଫନି ବାତ୍ୟା କ୍ଷତିଗ୍ରସ୍ତ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇ ପ୍ରକୃତ ହିତାଧିକାରୀ ଚିହ୍ନଟ କରାନଯାଇ ଶାସକ ଦଳର କର୍ମୀଙ୍କୁ ଚିହ୍ନଟ କରାଯାଇ ଫନିବାତ୍ୟା ସହାୟତା ହିତାଧିକାରୀ ତାଲିକାଭୁକ୍ତ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଯେଉଁମାନଙ୍କର ଘର ଆଦୌ ଭାଙ୍ଗିନାହିଁ ସେମାନଙ୍କ ନାମ ସଂପୃକ୍ତ କ୍ଷତିଗ୍ରସ୍ତ ତାଲିକାଭୁକ୍ତ କରାଯାଇଛି । ସାଲେପୁର ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଚିହ୍ନଟ ପାଇଁ ଚାଲିଥିବା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଉଛି । ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇବାପାଇଁ ଭୂଲ୍ ତଥ୍ୟ ଦେଇ ଯୋଗ୍ୟ ତାଲିକାଭୁକ୍ତ ହୋଇଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଯେଉଁ ଅଫିସର ତାଲିକା ପ୍ରସ୍ତୁତ କରିବାରେ ପାତର ଅନ୍ତର ନୀତି ଅବଲମ୍ବନ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କଟକ ଜିଲ୍ଲା ବିଜେପି ଉପସଭାପି ଉଲ୍ଲାସ ଚନ୍ଦ୍ର ଜେନା ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *