Saturday , June 19 2021
Breaking News
Home / ରାଜନୀତି / ଫନି ପୁନରୁଦ୍ଧାର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ଦୁର୍ନିତୀ – ବିଡ଼ିଓ ଙ୍କୁ ଅଭିଯୋଗ କଲେ ଭାଜପା ପ୍ରତିନିଧି ମଣ୍ଡଳୀ 

ଫନି ପୁନରୁଦ୍ଧାର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ଦୁର୍ନିତୀ – ବିଡ଼ିଓ ଙ୍କୁ ଅଭିଯୋଗ କଲେ ଭାଜପା ପ୍ରତିନିଧି ମଣ୍ଡଳୀ 

ରଘୁନାଥପୁର,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ଫନି ପୁନରୁଦ୍ଧାର କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ଦୁର୍ନିତୀ ହେଉଥିବା ସମ୍ପର୍କରେ ବିଡ଼ିଓ ପଂଚାନନ ପଟାୟତଙ୍କୁ ସତର୍କ କରାଇବା ସହିତ ଏକ ଅଭିଯୋଗ କରିଛନ୍ତି ଭାଜପା ପ୍ରତିନିଧିମାନେ । ତିର୍ତୋଲ ଭାଜପା ନେତା ପ୍ରଫେସର ରମାକାନ୍ତ ଭୋଇ ଓ ଯୁବ ସଂଗଠକ ମାନସ କୁମାର ମହାପାତ୍ରଙ୍କ ନେତୃତ୍ୱରେ କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟରେ ପହଂଚିଥିଲେ । ରଘୁନାଥପୁର ବ୍ଲକ ରେ କ୍ଷତିଗ୍ରସ୍ତ ସରକାରୀ ଅନୁଷ୍ଠାନ ତଥା ଅନ୍ୟାନ୍ୟ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨ କୋଟି ୩୦ ଲକ୍ଷଟଙ୍କା ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଉୁକ୍ତ ଅର୍ଥ ବିଭିନ୍ନ ପଂଚାୟତରେ ଥିବା ୧୧୫ ଗୋଟି କ୍ଷେତ୍ରରେ ବିନିଯୋଗ ହେବ ।  ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ରଖି ସରକାରୀ ଦଳର କର୍ମୀମାନେ ହାତେଇ ନେବା ପାଇଁ ଷନଯନ୍ତ୍ର କରୁଥିବାର ସେମାନେ ଅଭିଯୋଗ କରିଚନ୍ତି ।  ଯଦି ଏପରି ହୋଇଥାଏ ତାହାହେଲେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଭାଜପା ଦଳର କର୍ମୀଙ୍କୁ ସମାନ ସୁଯୋଗ ଦିଆଯାଉ ବୋଲି ଶ୍ରୀ ଭୋଇ ବିଡ଼ିଓଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ । ସେହିପରି ପିଏମଏୱାଇ ସର୍ଭେ କରିବା ପାଇଁ ଯାଉଥିବା ତଦନ୍ତ ଅଧିକାରୀମାନେ ପ୍ରତ୍ୟେକ ଘର ନବୁଲି ସରକାରୀ ଦଳ ଏଜେଂଟ ଙ୍କ ଘରେ ବସି ତାଲିକା ପ୍ରସ୍ତୁତ କରୁଛନ୍ତି । ଏପରିକି ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ରାଜନୈତିକ ଉଦେଶ୍ୟରେ ବଳିପକାଇ କୋଠାଘର ଥିବା ନାମ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଥିବାର ଯୁବ ସଂଗଠକ ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ । ଏରଡ଼ଙ୍ଗା ପଂଚାୟତରେ  ତାଲିକାରେ ନାମ ପୁରାଇବା ପାଇଁ ଜିଆରଏସ ୨୦ ହଜାର ଟଙ୍କା ମାଗୁଥିବା ସମ୍ପର୍କରେ ମନୋଜ କୁମାର ଲେଙ୍କା ଅଭିଯୋଗ କରିଥିଲେ । ସେହିପରି ତଅଁରା, ଏରଡ଼ଙ୍ଗା ଓ ଛପଡ଼ା ପଂଚାୟତରେ ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ସର୍ଭେ ହୋଇନଥିବା ଅଭିଯୋଗ ପରେ ବିଡ଼ିଓ ପଂଚାନନ ପଟାୟତ ସେମାନଙ୍କ ତାଲିକା ଦିଅନ୍ତୁ ଏବଂ ଏକ ସ୍ୱତନ୍ତ୍ର ଟିମ   ସହାୟତାରେ ପୁନର୍ବାର ସର୍ଭେ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ  ଶାସକ ଦଳ ପକ୍ଷରୁ  ସାଧାରଣ ଜନତାଙ୍କ ପାଇଁ ଉଦିଷ୍ଟ ସୁବିଧା ସୁଯୋଗରେ ବାଛ ବିଚାର କରାଯାଉଛି ବୋଲି ଅଭିଯୋଗକରି ଯୁକ୍ତି ବାଢ଼ିଥିଲେ । ଫନି ପୁନରୁଦ୍ଧାର କାର୍ଯ୍ୟରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା , ପିଏମଏୱାଇ ସର୍ଭେରେ ନିରପେକ୍ଷ ତଦନ୍ତ କରାନଗଲେ ଆଗାମୀ ଦିନରେ ଭାଜପର ଦଳ ପକ୍ଷରୁ ଉଚିତ ଜବାବ ଦିଆଯିବ ବୋଲି ଅଭିଯୋଗକାରୀମାନେ ବିଡ଼ିଓ ଙ୍କୁ ସୂଚାଇ ଦେଇଥିଲେ । ଏହି ପ୍ରତିନିଧି ମାନଙ୍କ ମଧ୍ୟରେ ବଟକୃଷ୍ଣ ନାୟକ, ଜଗନ୍ନାଥ ବାରିକ,  ବାବୁଲି ନାୟକଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *