Monday , June 14 2021
Breaking News
Home / ଶିକ୍ଷା / ଫକିରାବାଦ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ

ଫକିରାବାଦ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ

କେନ୍ଦ୍ରାପଡା,୧୮/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଛାପୁର ଆଂଚଳିକ ସାଧନକେନ୍ଦ୍ର ଅଧିନସ୍ଥ ଫକିରାବାଦ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ୧୦୪ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ଓ ମୋଜା ବଂଟନ କରାଯାଇଛି । ଏହି ଉପଲକ୍ଷେ କୋଭିଡ ନିୟମ ଅନୁପାଳନ ପୂର୍ବକ ବିଦ୍ୟାଳୟର ସଭାପତି ସୟଦ ଫଜଲେ ରହେମନଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଛାତ୍ରାଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କ ପାଇଁ ପୋଷାକ, ଜୋତା ଓ ମୋଜା ପ୍ରଭୃତି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଅତିଥି ଭାବରେ ବି.ଆର.ସି.ସି. ସୁବାଷ ଚନ୍ଦ୍ର ବିଶ୍ୱାଳ, ସି.ଆର.ସି.ସି. ବିଭୁ ପ୍ରସାଦ ନାୟକ ଓ ନୋଡାଲ ପ୍ରଧାନ ଶିକ୍ଷକ ବଳଦେବ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସଂଯୋଗ ମାଧ୍ୟମରେ ଶିକ୍ଷାଦାନ ଏବଂ ଗୁଣାତ୍ମକ ଶିକ୍ଷାର ସଫଳତା କାମନା କରିଥିଲେ । ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ କରାଯାଇଥିଲା । ସମୀନା ଜେନା, ଗାେଙ୍ଗୟ ବିଶ୍ୱାଳ, ସେଖ ସାମସୁଦ୍ଧିନ ଓ ମୀର ରଫିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *