Thursday , June 17 2021
Breaking News
Home / ତାଜା ଖବର / ପ୍ରେମ ବ୍ୟାପାର ପ୍ରଘଟ ଆଶଙ୍କାରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଦୁର୍ବୃତ

ପ୍ରେମ ବ୍ୟାପାର ପ୍ରଘଟ ଆଶଙ୍କାରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଦୁର୍ବୃତ

ନୀଳଗିରି, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି ଦୁର୍ବୃତ । ଏଭଳି ଘଟଣା ଘଟିଛି ନୀଳଗିରି ଥାନା ଅଧୀନସ୍ଥ ଜାମୁଡ଼ିହା ପଞ୍ଚାୟତର କେଶୁରା ଗ୍ରାମରେ । ମୃତକ ହେଉଛନ୍ତି କେଶୁୂରାର ବିଜୟ ସିଂହ (୪୦) । ସେ ନୀଳଗିରିସ୍ଥିତ ମାନାପୁରମ ଗୋଲ୍ଡ ଲୋନ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ନିଜର ଡ୍ୟୁଟିସାରି ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ୍ରେ ନିଜ ଗାଁ କେଶୁରାକୁ ଯାଇଥିଲେ । ଉକ୍ତ ଦିନ ବିଜୟର ଶଳା ସଜନାଗଡ଼ ନିବାସୀ ସଞ୍ଜୟ କୁମାର ନାୟକର ଝିଅର ଜନ୍ମଦିନ ପାଇଁ ବିଜୟର ସ୍ତ୍ରୀ କୌଶଲ୍ୟା ଓ ତାଙ୍କ ସାନଝିଅ ଯାଇଥିଲେ । ଘରେ ଏକୁଟିଆ ବିଜୟ ସିଂହ ରାତିରେ ଖାଇପିଇ ଶୋଇଥିବା ବେଳେ ଦୁର୍ବୃତମାନେ ପ୍ରଥମେ ବିଜୟକୁ ତାଲା ଖୋଲିବା ପାଇଁ କହିଥିଲେ । ବିଜୟ ସେମାନଙ୍କୁ ଚିହ୍ନିଥିବାରୁ ତାଲା ଖୋଲିଥିଲେ । ପରେ ସେମାନଙ୍କ ସହ ବିଜୟଙ୍କ ବଚସା ହୋଇଥିଲା । ପରେ ସେମାନେ ଧାରୁଆ ଅସ୍ତ୍ରରେ ବିଜୟର ଗୁପ୍ତାଙ୍ଗକୁ କାଟିଦେଇଥିଲେ । ତାପରେ ଦୁର୍ବୃତମାନେ ୨ ପାଖ ଛାତି, ବେକରେ ଲଗାତର ହାଣିବା ପରେ ପଳାଇଥିଲେ । ଶନିବାର ସକାଳ ୮ଟାରେ ପାଖ ପଡ଼ୋଶୀ ଘଟଣା ବାବଦରେ ବିଜୟର ସ୍ତ୍ରୀଙ୍କୁ ଫୋନ୍ କରି ଜଣାଇଥିଲେ ।
ଖବର ପାଇ ନୀଳଗିରି ଆଇଆଇସି. ଲଳିତା ମୋଦୀ ସଦଳବଳେ ଘଟଣାସ୍ଥଳରେ ପହଂଚି ଏକ ମାମଲା ରୁଜୁ କରିବା ସହ ସାଇଂଟିିଫିକ୍ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣାର ତଦନ୍ତ କରୁଛନ୍ତି । ସନ୍ଦେହରେ ଜନୈକା ଯୁବତୀଙ୍କ ସହ ୪ ଜଣଙ୍କୁ ପୁଲିସ ଅଟକ ରଖିଛି । ପ୍ରକାଶ ଥାଉକି ନୀଳଗିରି ମାନାପୁରମ୍ କମ୍ପାନୀରେ ମୃତକ ବିଜୟ ସିକ୍ୟୁରିଟି ଚାକିରୀ କରିଥିବା ବେଳେ ଉକ୍ତ ଅଫିସରେ ଜନୈକ ଯୁବତୀ ମଧ୍ୟ ଚାକିରି କରିଛନ୍ତି । ଉକ୍ତ ଯୁବତୀ ସହିତ କମ୍ପାନୀର ସହକର୍ମୀଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ସେସବୁ ବିଷୟରେ ବିଜୟ ଜାଣିଥିଲେ । ଏ ନେଇ କାଳେ ବିଜୟ ବାହାରେ ପରିପ୍ରକାଶ କରିଦେବ, ସେଥିପାଇଁ ବିଜୟକୁ ହତ୍ୟା କରାଯାଇଥିବାର କୁହାଯାଉଛି । ଖୁବ୍ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ନୀଳଗିରି ଏସଡିପିଓ ସୁଦାମ ଚରଣ ସାହୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *