Friday , June 25 2021
Breaking News
Home / ଶିକ୍ଷା / ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସଭା

ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସଭା

କେନ୍ଦ୍ରାପଡା୩୧/୦୭/୨୦୧୯ (ଓଡ଼ିଶା ସମାଚାର)-ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜ ଅଧ୍ୟକ୍ଷ ଅଭିଜୀତ ବୋଷଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କର୍ମଚାରୀ ସଂସଦର ସଭାନେତ୍ରୀ ପ୍ରାଧ୍ୟାପିକା ସଙ୍ଘମିତ୍ରା ପ୍ରଧାନ,ସମ୍ପାଦକ ପ୍ରାଧ୍ୟାପକ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରାଧ୍ୟାପିକା ଶ୍ରୀମତୀ ସାମଲଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ବିଷ୍ଣୁ ମିଶ୍ର,ଗୋପାଳ କୃଷ୍ଣ ମହାପାତ୍ର,ପ୍ରେମାନନ୍ଦ ପ୍ରଧାନ,ଗାୟତ୍ରୀ ଜେନା, ଅଜୟ କୁମାର ଦାସ,ଜ୍ୟୋତିର୍ମୟ ଦାସ,ପ୍ରଭାସ ଚନ୍ଦ୍ର ଜେନା,ରୂପନୀତା ମିଶ୍ର ପ୍ରମୁଖ ଶ୍ରୀମତୀ ସାମଲଙ୍କ ଆଦର୍ଶ ଶିକ୍ଷାଦାନ ପଦ୍ଧତି ଓ କଲେଜ ପ୍ରତି ତାଙ୍କ ଅହେତୁକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦାୟୀ ପ୍ରାଧ୍ୟାପିକା ଶ୍ରୀମତୀ ସାମଲଙ୍କୁ ପୁଷ୍ପଗୁଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ପରେ ଡଃ.ସଂଗ୍ରାମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମସ୍ୟା ଘେରରେ ଆୟବା ପ୍ରାଥମିକ ବିଦ୍ୟାଳୟ

ଭିତିଭୂମିର ବିକାଶ ଉପରେ ନିର୍ଭର କରେ କୁନି ପିଲାଙ୍କ ଭବିଷ୍ୟତ କେନ୍ଦ୍ରାପଡ଼ା,୧୦/୦୬/୨୦୨୧(ଓଡ଼ିଶା ସମାଚାର)-ସମସ୍ୟା ଘେରରେ ଥିବା ସର୍ବପୁରାତନ ବିଦ୍ୟାଳୟଟିର ଭିତିଭୂମିର …

Leave a Reply

Your email address will not be published. Required fields are marked *