Tuesday , August 3 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ନଳି ଗୁମ୍ଫା

ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ନଳି ଗୁମ୍ଫା

ସାଲେପୁର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର / ଅଭୟ ଜେନା)- କଟକ ଜିଲ୍ଲା ଟାଙ୍ଗି ସାଲେପୁର ନିର୍ବାଚନ ମଣ୍ଡଳୀ ର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମାଗୁରା ଗ୍ରାମପଞ୍ଚାୟତ ର ଜୌଳକା ପାହାଡ଼ ର ୪୫୦ ମିଟର ଉର୍ଦ୍ଧ ଉପର ଭାଗରେ ନଳି ଗୁମ୍ଫା ଅବସ୍ଥିତ । ଏହାର ପୂର୍ବ ଭାଗରେ ବିରୂପା ନଦୀ ଅବସ୍ଥିତ ।ଏହା ମାଳିକା ବର୍ଣ୍ଣିତ ପଞ୍ଚୁପାଣ୍ଡବ  ଅଜ୍ଞାତବାସ ର କ୍ଷେତ୍ର ବୋଲି ଉଲ୍ଲେଖ ଥିବା ଗ୍ରାମ ର ବାସିନ୍ଦା ପ୍ରକାଶ କରନ୍ତି।ଏହି ପାହାଡ଼ ଉର୍ଦ୍ଧ ଭାଗରେ ଥିବା ଗୁମ୍ଫାରେ ଥିବା ବାଟ ଟି  ଛତିଆ ବଟ,ନେମାଳ ଓ ଶ୍ରୀ କ୍ଷେତ୍ରର ପୁରୀ ଧାମକୁ ରାସ୍ତା ଥିବା ସୁଚନା ମିଳେ । ପାହାଡ଼ ର ଅନ୍ୟ ଭାଗରେ ଏକ ଛୋଟ ପଥର ଖାଲରେ କଇଁ ଫୁଲ ଫୁଟୁ ଥିବା ବେଳେ ଏହି ସ୍ଥାନ ରେ କେବେ ପାଣି ଶୁଖିନଥିବା ଲୋକେ ପ୍ରକାଶ କରିଛନ୍ତି। ଏହାର ପ୍ରାକୃତିକ ସୌନ୍ଦର୍ୟ୍ୟ ଅତ୍ୟନ୍ତ ମନୋରମ ଥିବା ବେଳେ ବୁହୁ ଦୂର ଦୂରଦୂରାନ୍ତରୁ ଧାଇଁ ଆସନ୍ତି ଏଠାକୁ ଭକ୍ତମାନେ । ଏଠାରେ ଜଣେ ସାଧୁ ଙ୍କ ସହିତ ଆଠ ଟି ଗୋମାତା ବଶ ବାସ କରୁଥିବା ବେଳେ ଏହି ପାହାଡର ତରୁଲତା ସବୁଜ ବନାନୀ ଲୋକଙ୍କ ମନକୁ ମୁଗ୍ଧ କରିଥାଏ। ଏହି ଗୁମ୍ଫା ମଧ୍ୟରେ ସାଧୁ ସନ୍ଥ ମାନେ ବହୁ ପୂର୍ବରୁ ତପସ୍ୟା କରୁଥିଲେ ବୋଲି ଗ୍ରାମବାସୀ ମତପ୍ରକାଶ କରନ୍ତି ଏବଂ ଏଠାରେ ମାନସିକ କରି  ପିଲାମାନଙ୍କ ଚୁଟି ପକାଯାଇଥାଏ।ବାସ୍ତବିକ ରାଜ୍ୟ ସରକାର ଏହି ସ୍ଥାନର ବିକାଶ ଦିଗରେ ପଦକ୍ଷପ ଗ୍ରହଣ କଲେ ଏହି ସ୍ଥାନ ଟି ଲୋକଲୋଚନ କୁ ଆସିପରନ୍ତା । ଆପଣ ମାନେ କେବେ ବୁଲି ଆସନ୍ତୁ ଏହି ମନୋହର ଦୃଶ୍ୟ ଦେଖିବା ପାଇଁ। ଓଡ଼ିଶା ସମାଚାର

About admin

Check Also

ହରିପୁର ଦୋଳମୁଣ୍ଡାଇ ଶ୍ରୀଜୀଉଙ୍କ ବାହୁଡୁଡ଼ା ଯାତ୍ରା

କଟକ, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ହରିପୁର ଦୋଳମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ପତିତପାବନ ଜୀଉ ମାନଙ୍କ ବାହୁଡା ଯାତ୍ରା କେନ୍ଦ୍ର ସରକାର ଓ …

Leave a Reply

Your email address will not be published. Required fields are marked *