Sunday , June 13 2021
Breaking News
Home / ବିଶେଷ / ପ୍ରାକୃତିକ ବିପର୍ଯ୍ୟୟରେ ୬୨୨୮ଜଣଙ୍କ ମୃତ୍ୟୁ ଘଟିଛି

ପ୍ରାକୃତିକ ବିପର୍ଯ୍ୟୟରେ ୬୨୨୮ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କ ଓ ସୁରକ୍ଷିତ ରହିବା ଲାଗି ରାଜ୍ୟବାସୀଙ୍କୁ ସରକାର ଯେତେ ସଚେତନ କଲେ ମଧ୍ୟ ଜନସାଧାରଣ ଚେତୁ ନାହାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବଭିନ୍ନ ସମୟରେ ଗଣମାଧ୍ୟମ ଓ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯିବ, ତାହା ଉପରେ ସବୁବେଳେ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ଜନସାଧାରଣ ନଚେତିବା କାରଣରୁ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ପ୍ରତି ବର୍ଷ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାନସଭାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୩ ବର୍ଷରେ ୯୨୨୮ଜଣଙ୍କ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ସର୍ବାଧିକ ୨୨୧୭ ଜଣଙ୍କ ସାପକାମୁଡ଼ାରେ ମୃତ୍ୟୁବରଣ ହୋଇଛି । ସାପ କମୁଡ଼ାରେ ୨୦୧୬-୧୭ରେ ୬୦୧ଜଣ, ୨୦୧୭-୧୮ରେ ୮୧୭ ଜଣ, ୨୦୧୮-୧୯ରେ ୭୫୬ ଜଣ ଓ ଚଳିତ ମାସ ଜୁନ୍ ୨୫ ତାରିଖ ସୁଦ୍ଧା ୪୩ଜଣ ମୃତୁବରଣ କରିଛନ୍ତି । ସାପକାମୁଡ଼ା ପଛକୁ ରହିଛି ନଈ କିମ୍ବା ପୋଖରୀରେ ବୁଡ଼ି ତିନବର୍ଷରେ ମୃତ୍ୟୁବରଣ କରିଥିବା ସଂଖ୍ୟା ୨୧୩୫ ରହିଛି । ୨୦୧୬- ୧୭ରେ ୪୫୭, ୨୦୧୭-୧୮ରେ ୭୭୯, ୨୦୧୮-୧୯ରେ ୮୯୨ ଓ ୨୦୧୯ ଜୁନ ୨୫ ସୁଦ୍ଧା ୭ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବର୍ଜପାତ ପ୍ରତି ସତର୍କ ରହିବା ପାଇଁ ସରକାର ବାରମ୍ବାର ସୂଚନା ଦେଇଥିଲେ ମଧ୍ୟ ଲୋକେ ସଚେତନତା ଅଭାବରୁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ବିଗତ ତିନି ବର୍ଷ ମଧ୍ୟରେ ବର୍ଜପାତ ଆଘାତରେ ୧୨୫୯ଜଣଙ୍କର ମୃତ୍ୟୁ ଘଟିଛି । ୨୦୧୬-୧୭ରେ ୪୦୦, ୨୦୧୭-୧୮ରେ ୪୬୪, ୨୦୧୮-୧୯ରେ ୩୧୮ ଓ ୨୦୧୯ ୨୫ଜୁନ ସୁଦ୍ଧା ୭୭ଜଣଙ୍କର ମୃତ୍ୟୁ ଘଟିଛି ।ସେହିପରି ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ବିଗତ ୩ବର୍ଷରେ ୨୮୫ରେ ପହଂଚିଛି । ୨୦୧୬-୧୭ରେ ୧୦୪, ୨୦୧୭-୧୮ରେ ୧୦୪, ୨୦୧୮-୧୯ରେ ୭୧ ଓ ୨୦୧୯ ୨୫ଜୁନ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଅଂଶୁଘାତରେ ୨୦୧୬- ୧୭ରେ ୫୫, ୨୦୧୭-୧୮ରେ ୪୩, ୨୦୧୮-୧୯ରେ ୧୫ ଓ ୨୦୧୯ ୨୫ଜୁନ ସୁଦ୍ଧା ୩ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବାତ୍ୟାରେ ୩ ବର୍ଷରେ ୧୨୫ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୬-୧୭ ଓ ୨୦୧୭-୧୮ ମଧ୍ୟରେ ରେ କେହି ମରି ନାହାନ୍ତି । ୨୦୧୮-୧୯ରେ ୭୨ଜଣ ଓ ଚଳିତ ମାସ ଜୁନ୍ ୨୫ ତାରିଖ ସୁଦ୍ଧା ୫୩ ଜଣ ମୃତୁବରଣ କରିଛନ୍ତି । ସେହିପରି ଘୃର୍ଣ୍ଣବଳୟରେ ତିନି ବର୍ଷ ମଧ୍ୟରେ ୩୨ଜଣ ମୃତ୍ୟୁବରଣ କରିଛନ୍ତି । ୨୦୧୬-୧୭ରେ ୮ଜଣ, ୨୦୧୭- ୧୮ରେ ୯ଜଣ, ୨୦୧୮-୧୯ରେ ୧୩ ଜଣ ଓ ଚଳିତ ମାସ ଜୁନ୍ ୨୫ ତାରିଖ ସୁଦ୍ଧା ୨ ଜଣ ମୃତୁବରଣ କରିଛନ୍ତି । ସେହିପରି ୩ବର୍ଷ ମଧ୍ୟରେ ବନ୍ୟାରେ ୩୨ ଜଣ ମୃତ୍ୟୁବରଣ କରିଛନ୍ତି । ୨୦୧୬-୧୭ରେ ୩ ଜଣ, ୨୦୧୭-୧୮ରେ ୧୦ ଜଣ, ୨୦୧୮-୧୯ରେ ୨୦ ଜଣ ଓ ଚଳିତ ମାସ ଜୁନ୍ ୨୫ ତାରିଖ ସୁଦ୍ଧା କେହି ମୃତୁବରଣ କରିଛନ୍ତି । ରାଜ୍ୟରେ ଡ଼ଙ୍ଗାବୁଡ଼ିରେ ମୋଟ ୨୬ଜଣ ମୃତ୍ୟୁବରଣ କରିଛନ୍ତି । ୨୦୧୬-୧୭ରେ ୭ଜଣ, ୨୦୧୭-୧୮ରେ ୪ଜଣ, ୨୦୧୮-୧୯ରେ ୧୫ଜଣ ଓ ଚଳିତ ମାସ ଜୁନ୍ ୨୫ ତାରିଖ ସୁଦ୍ଧା କେହି ମୃତୁବରଣ କରିଛନ୍ତି । ତିନିବର୍ଷ ମଧ୍ୟରେ ମୋଟ ଉପରେ ୨୦୧୬-୧୭ରେ ୨୬୩୫, ୨୦୧୭-୧୮ରେ ୨୨୩୦ଜଣ, ୨୦୧୮-୧୯ରେ ୨୧୭୨ଜଣ ଓ ୧୯- ୨୦ରେ ୧୯୧ଜଣ ମୃତୁବରଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *