Monday , June 21 2021
Breaking News
Home / ବିଶେଷ / ପ୍ରଶାସନ ଦ୍ୱାରା ନୂଆଗଡ଼ରେ ଜବରଦଖଲ ଉଛେଦ

ପ୍ରଶାସନ ଦ୍ୱାରା ନୂଆଗଡ଼ରେ ଜବରଦଖଲ ଉଛେଦ

ନିରାକାରପୁର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ଅର୍ନ୍ତଗତ ନୂଆଗଡ଼ ପଂଚାୟତ ଉଦୟପୁରରେ ଏକ ଜବରଦଖଲ ଜମିକୁ ଉଛେଦ କରାଯାଇଛି । ପ୍ରଶାସନ ଉପସ୍ଥିତରେ ଉଦୟପୁର ୱାର୍ଡ଼ର ଜଣେ  ବ୍ୟକ୍ତି ଦୀର୍ଘ ଦିନ ହେବ ପ୍ରାୟ ୨ ଏକର ସରକାରୀ ଜାଗାକୁ ଜବରଦଖଲ କରି ପାଚେରୀ କରିବା ସହ ଏକ ନିର୍ମାଣଧୀନ ଗୃହ ରହିଥିଲା । ଏହା ଦ୍ୱାରା ଉକ୍ତ ରାସ୍ତାଦେଇ ସର୍ବସାଧାରଣ ଯାତାୟତରେ ଅସୁବିଧା ହେବାରୁ କିଛି ଗ୍ରାମବାସୀଙ୍କ ତରଫରୁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା । ସୋମବାର ଟାଙ୍ଗୀ ତହସିଲଦାର ଯୁଗଳ ମିଶ୍ର,ନିରାକାରପୁର ଥାନା ପୋଲିସ, ବାଲୁଗାଁ ଏସଡ଼ିପିଓ ,ଭୁଷଣ୍ଡପୁର ରାଜସ୍ୱ ଅଧିକାରୀ ସମେତ ଏକ ପ୍ଲାଟୁନ ପୋଲିସ ମହିଳା,ପୁରଷ ପୋଲିସର ଉପସ୍ଥିତରେ ଜେସିବି ଦ୍ୱାରା ଏହି ଜବର ଦଖଲ ଉଛେଦ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *