Thursday , June 17 2021
Home / ବିଶେଷ / ପ୍ରଶାସନିକ ବିଭାଗ ଓ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶାଳୟ ଏଣିକି ଗୋଟିଏ ସ୍ଥାନରେ କାର୍ଯ୍ୟ କରିବ

ପ୍ରଶାସନିକ ବିଭାଗ ଓ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶାଳୟ ଏଣିକି ଗୋଟିଏ ସ୍ଥାନରେ କାର୍ଯ୍ୟ କରିବ

ଭୁବନେଶ୍ୱର , ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଭାଗ ଓ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶାଳୟ ଏଣିକି ଗୋଟିଏ ସ୍ଥାନରେ କାର୍ଯ୍ୟ କରିବ । ପ୍ରଶାସନିକ ବିଭାଗ ସାଙ୍ଗରେ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ମିଶାଇ ଦିଆଯିବ । ସରକାରୀ କାର୍ଯ୍ୟ ଆହୁରୀ ସୁଗମ ଓ ନିଷ୍ପତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲଷ୍ୟରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।  ବିଜ୍ଞପ୍ତି ଅନୁସାରେ ଏଣିକି ସମସ୍ତ ଫାଇଲ ଅନଲାଇନ ଓସ୍ୱାସ ମାଧ୍ୟମରେ ସିଧାସଳଖ ସମ୍ପୃକ୍ତ ବିଭାଗକୁ ଆସିବ । ନୂଆ ବ୍ୟବସ୍ଥାରେ ସିଙ୍ଗିଲ ଫାଇଲ ବ୍ୟବସ୍ଥା ପ୍ରଚଳନ କରାଯିବ । ନିର୍ଦ୍ଦେଶାଳୟର ପ୍ରସ୍ତାବଗୁଡ଼ିକ ପୁନଃ ତର୍ଜମା କରାଯିବ ନାହିଁ । ଗାଟିଏ କାମକୁ ଦୁଇ ଥର କରି ସମୟ ନଷ୍ଟ କରାଯିବ ନାହିଁ । ଉଭୟ ପ୍ରଶାସନ୍ଖଳ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟର କମନ୍‍ ଅଫିସ ଏଷ୍ଟାବ୍ଲିସମେଂଟ, ଇସ୍ୟୁ ଆଣ୍ଡ ଆକାଉଣ୍ଟସ୍, କ୍ୟାସ୍ ବ୍ୟବସ୍ଥାକୁ ପୁର୍ନଗଠନ କରାଯିବ । ଡିଡିଓ,ଏଷ୍ଟାବ୍ଲିସମେଂଟ ଅଫିସର ଓ କର୍ମଚାରୀଙ୍କୁ କମ୍ପୋଜିଟ୍‍ ବିଭାଗର ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ ।  ତେବେ ସଂପୃକ୍ତ କର୍ମଚାରୀମାନଙ୍କର କ୍ୟାଡର ରୁଲ  ରେ ପରିବର୍ତନ ହେବ ନାହିଁ । ପୂର୍ବଭଳି ସେମାନଙ୍କ କ୍ୟାଡର ଏବଂ ତଦନୁଯାୟୀ ସୁବିଧା ସୁଯୋଗ ବଜାୟ ରହିବ । ଏହି ପ୍ରକ୍ରିୟାରେ ଖାଲି ପଡ଼ିଥିବା ତଳିଆ ପଦବୀଗୁଡ଼ିକ ଉଚ୍ଛେଦ ହୋଇଯିବ । ବିଭାଗ ମିଶ୍ରଣ ପରେ ବଳକା କର୍ମଚାରୀଙ୍କୁ ଖାଲିଥିବା ପଦବୀରେ ରଖାଯିବ । ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ଖାଲିଥିବା ଜୁନିୟର  ଆସିଷ୍ଟାଂଟ ପଦବୀ ପୂରଣ ଉପରେ ବି ରୋକ  ଲାଗିଛି । କର୍ମଚାରୀଙ୍କ ପଦୋନ୍ନତି, ମୃତ୍ୟୁ, ଇସ୍ତଫା କ୍ଷେତ୍ରରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ବେସ  ଲେଭଲ  ପୋଷ୍ଟ ଉଚ୍ଛେଦ ହେବ । ସଂପୃକ୍ତ ପଦବୀଗୁଡ଼ିକ ବିଭାଗୀୟ ମୁଖ୍ୟ ପାଇଁ ଉଦ୍ଦିଷ୍ଟ ସେକ୍ରେଟାରିଏଟ  କମନ କ୍ୟାଡରରୁ ପୂରଣ ହେବ । ବିଭାଗୀୟ ମୁଖ୍ୟ କ୍ୟାଡର  ଅନ୍ତର୍ଭୁକ୍ତ ଜୁନିୟର  ଆସିଷ୍ଟାଂଟ ପଦବୀରେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ । ଆସନ୍ତା ଆର୍ଥିକ ବର୍ଷରୁ ପ୍ରଶାସନିକ ବିଭାଗ ଏହି କମ୍ପୋଜିଟ  ବିଭାଗ ପାଇଁ ବଜେଟ  ବ୍ୟବସ୍ଥା କରିବେ । ସଚିବାଳୟରେ କାର୍ଯ୍ୟକ୍ଷମ ଥିବା ଓସ୍ୱାସ୍ ସିଷ୍ଟମରେ ତୁରନ୍ତ ନିର୍ଦ୍ଦେଶାଳୟ ଗୁଡ଼ିକରେ ସାମିଲ କରାଯିବ । ନିର୍ଦ୍ଦେଶାଳୟଗୁଡ଼ିକରେ ରହିଥିବା ଫାଇଲ ଗୁଡ଼ିକୁ ସ୍କାନ କରି ଇଲେକ୍ଟ୍ରୋନିକ୍ସ ଫାଇଲ ମାଧ୍ୟମରେ କାମ କରିବେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *