Wednesday , August 4 2021
Breaking News
Home / ବିଶେଷ / ପ୍ରଶାସନର ଦ୍ରୁତ ପ୍ରସ୍ତୁତି ଯୋଗୁ ଭୁବନରେ ବାତ୍ୟା କ୍ଷୟକ୍ଷତି ନାହିଁ

ପ୍ରଶାସନର ଦ୍ରୁତ ପ୍ରସ୍ତୁତି ଯୋଗୁ ଭୁବନରେ ବାତ୍ୟା କ୍ଷୟକ୍ଷତି ନାହିଁ

 ଭୁବନ,୨୭/୦୫/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ୟାଶ ବିପଦ ଟଳିଯାଇଛି । ଭୁବନ ବ୍ଲକରେ ସେମିତି କୌଣସି କ୍ଷୟକ୍ଷତି ହୋଇନାହିଁ । । ମଙ୍ଗଳବାର ରାତି ୧୦ ଘଟିକା ପରଠାରୁ ବୁଧବାର ଅପରାହ୍ୱ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ପବନ ଲାଗିରହିଥିଲା । ବାତ୍ୟା ପାଇଁ ଏସଆରସି ଭୁବନ ବ୍ଲକ କୁ ଆଲର୍ଟ କରିବା ପରେ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଥିଲା । ଭୁବନ ବ୍ଲକର ନଦୀକୂଳିଆ ଅଂଚଳର ଲୋକମାନଙ୍କୁ ମାଇକ ଯୋଗେ ସତର୍କ କରାଇବା ସହିତ  ସୁରକ୍ଷିତ ତଥା ନିରାପଦ  ସ୍ଥାନକୁ ଯିବା ପାଇଁ କୁହାଯିବା ସହିତ କଚ୍ଚାଘରେ ରହୁଥିବା ଲୋକଙ୍କୁ  ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଇଥିଲା ।  ୨୦୧୦ ଲୋକଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ସମେତ ବିଭିନ୍ନ ସ୍କୁଲ,କମୁ୍ୟନିଟି ସେଣ୍ଟରରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଥିଲା ।  ବିଡିଓ ଆଶୀର୍ବାଦ ପରିଡା ଙ୍କ ନିର୍ଦ୍ଧେଶ କ୍ରମେ ସମଗ୍ର ୧୮ ଟି ପଂଚାୟତ ପାଇଁ ୪ ଟି ଏନଜିଓ ସ୍ୱେଚ୍ଛାସେବୀ ଙ୍କ ସମେତ ୧୦ ଜଣ ବ୍ଲକ କର୍ମଚାରୀଙ୍କୁ ବାତ୍ୟା ୟାଶ ଡ୍ୟୁଟିରେ ନିୟୋଜିତ ରହିଥିଲେ । ସମସ୍ତ ସରପଂଚ,ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ମଧ୍ୟ ଆଲର୍ଟ /ସଜାଗ ରହି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ,ରିଲିଫ,ରନ୍ଧାଖାଦ୍ୟ,ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ସେହିପରି ଭୁବନ ଏନଏସି ତରଫରୁ ୫ ଟି ସ୍କୁଲ ଓ ବାଜିରାଉତ କଲ୍ୟାଣ ମଣ୍ଡପରେ ୧୧୨୭ ଲୋକଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଥିଲା । ଏନଏସିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ପ୍ରଭାସ କୁମାର ବେହୁରା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *