Saturday , June 19 2021
Breaking News
Home / ବିଶେଷ / ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

କେନ୍ଦ୍ରାପଡ଼ା, ୦୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦୁମୁକା ପଂଚାୟତର କାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ପ୍ରମୋଦ କୁମାର ରାଉତରାୟ ବୁଧବାର ଅବସରଗ୍ରହଣ କରିଛନ୍ତି । ଏହି ଅବସରରେ ଦୁମୁକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧାନ ଶିକ୍ଷକ ସନ୍ତୋଷ କୁମାର ଜେନାଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ଅତିଥି ଭାବେ ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘନ ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାବତୀ ରାଉତରାୟ, ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସୁଶାନ୍ତ କୁମାର ବେହୁରା, ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ରାଉତ ଓ ନିମାଇଁ ଚରଣ ବେହେରା, ତାରିଣୀ କଲେଜର ଅଧ୍ୟାପକ ଉମାକାନ୍ତ ଦାସ, ସହକାରୀ ଶିକ୍ଷକ ଚିତରଞ୍ଜନ ରାଉତ, ସ୍କୁଲ ଶିକ୍ଷା ସମିତିିର  ଅଧ୍ୟକ୍ଷ ରଘୁନାଥ ବାରିକଙ୍କ ସମେତ ସଭ୍ୟସଭ୍ୟା ଓ ସମାଜ ସେବୀ ସମରେନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଅବସର ନେଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ରାଉତରାୟଙ୍କ କାର୍ଯ୍ୟକାଳ ସମୟର ସ୍କୁଲର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ଓ ଛାତ୍ରବତ୍ସଳତା ସମ୍ପର୍କରେ ଆଲୋକପାତ କରି ତାଙ୍କର ଅବସର ଜୀବନ ସୁଖମୟ ଓ ନିରୋଗ ମୟ ହେଉ ବୋଲି କାମନାକରିଥିଲେ । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *