Sunday , June 20 2021
Home / ବିଶେଷ / ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନକୁ ନେଇ ବିଡ଼ିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ମତଭେଦ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନକୁ ନେଇ ବିଡ଼ିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ମତଭେଦ

ସାଲେପୁର, ୦୬/୦୮/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ପଂଚାୟତ ସମିିତି ପକ୍ଷରୁ ଚଳିତ ମାସ ୮ତାରିଖ ଗୁରୁବାର ଦିନ ୨ଶହରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଂଟନର ସ୍ଥାନକୁ ନେଇ ପଂଚାୟତ ସମିତି ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି । ସାଲେପୁର ବିଡ଼ିଓ କିଶୋର କୁମାର ପଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ମମତା ରାଉତଙ୍କ ସହି  ଏହି କାର୍ଯ୍ୟାଦେଶ ବଂଟନ ସଂପର୍କରେ କୌଣସି ଆଲୋଚନା ନକରି ମନଇଚ୍ଛା ମଧୁସ୍ମୃତିଭବନ ଠାରେ କାର୍ଯ୍ୟାଦେଶ ବଂଟାହେବାକୁ ନିଷ୍ପତିି ନେଇଥିବାରୁ ଅଧ୍ୟକ୍ଷା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଆଜି ଅଧ୍ୟକ୍ଷା ଶ୍ରୀମତୀ ରାଉତ ବିଡ଼ିଓଙ୍କୁ ପଚାରିବା ନିମନ୍ତେ ନିଜ କାର୍ଯ୍ୟାଳୟକୁ ଡାକିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଅଧ୍ୟକ୍ଷାଙ୍କୁ ସାକ୍ଷାତ ନକରି ପଳାଇ ଯାଇଥିବା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ବଂଟନ କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଏହି କାର୍ଯ୍ୟାଦେଶ ବଂଟନ କରିବାର କାର୍ଯ୍ୟକ୍ରମ ରହିଅଛି । ତେଣୁ ବିଧାୟକଙ୍କୁ ସନ୍ତୁଷ୍ଟ କରିବାପାଇଁ ବିଡ଼ିଓ ଏଭଳି ମନମୁଖୀ କାର୍ଯ୍ୟ ଚଳାଇଛନ୍ତି ବୋଲି ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ଅଧ୍ୟକ୍ଷାଙ୍କ ସହିତ ୩ତାରିଖରେ ଏ ସଂପର୍କରେ ଆଲୋଚନା କଲାପରେ ତାଙ୍କ ନିଷ୍ପତିି କ୍ରମେ ମଧୁସୂଦନ ଭବନରେ କାର୍ଯ୍ୟାଦେଶ ବଂଟାଯିବ ବୋଲି ସ୍ଥିର କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *