Sunday , June 20 2021
Home / ଶିକ୍ଷା /  ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

 ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୨୨/୦୬/୨୦୧୯ (ଓଡ଼ିଶା ସମାଚାର)-   ଯୁକ୍ତ ୨ କଳା , ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇଛି  । ଅପରାହ୍ନ ସାଢେ ୩ ଟାରେ ଭୁବନେଶ୍ୱର  ଗୀତ  ଗୋବିନ୍ଦ  ସଦନ ଠାରେ  ରେଜଲ୍ଟ  ପୁସ୍ତିକାକୁ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ୨,୩୫,୧୮୩  ଜଣ  ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ  ୨୭  ହଜାର  ୨୭୮ ଛାତ୍ରଛାତ୍ରୀ  ପରୀକ୍ଷା  ଦେଇଛନ୍ତି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ  ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ  ପରୀକ୍ଷା ଦେଇଥିଲେ  । କଳାରେ ମୋଟ ୧,୫୨,୩୨୩ ଛାତ୍ର ଛାତ୍ରୀ ପାସ କରିଥିବାବେଳେ ପାସ ହାର ୬୫.୮୯ ରହିଛି ।  ୯୪୮୮୧ ଛାତ୍ରୀ (୭୩.୦୦ ପ୍ରତିଶତ) ପାସ କରିଥିବାବେଳେ ୫୭,୪୪୨ ଛାତ୍ର (୫୫.୮୦ପ୍ରତିଶତ) ଛାତ୍ର ପାସ କରିଛନ୍ତି ।  ୧ମ ଶ୍ରେଣୀରେ ୧୮୭୭୩, ୨ୟ ଶ୍ରେଣୀରେ ୨୨,୯୪୪ ଓ ୩ୟ ଶ୍ରେଣୀରେ ୧,୧୦,୪୫୨ ପାସ କରିଛନ୍ତି ।  ବାଲେଶ୍ୱର ଜିଲାରେ ସର୍ବାଧିକ ୭୫.୬୭ ପ୍ରତିଶତ ପାସ କରିଥିବାବେଳେ ନବରଙ୍ଗପୁରଜିଲାରେ ସବାନିମ୍ନ ୪୭.୪୬ ପ୍ରତିଶତ ପାସ କରିଥିବାବେଳେ ୨ ଟି କଲେଜର ରେଜଲ୍ଟ ଶୂନ୍ୟ ରହିଛି ।  ସେହିପରି ବାଣିଜ୍ୟରେ ୧୮୮୨୬ ପାସ କରିଥିବାବେଳେ ୭୦.୨୬ ପ୍ରତିଶତ ରହିଛି ।  ୧ମ ଶ୍ରେଣୀରେ ୫,୬୨୯ , ୨ୟ ଶ୍ରେଣୀରେ ୩,୭୪୬ ପ୍ରତିଶତ ଓ ୩ୟ ଶ୍ରେଣୀରେ ୯,୪୨୨ ପ୍ରତିଶତ ପାସ କରିଛନ୍ତି । ସର୍ବାଧିକ ଖୋର୍ଦ୍ଦା ଜିଲାରେ ୮୬.୮୯ ପ୍ରତିଶତ ଓ ସର୍ବ ନିମ୍ନ ଦେବଗଡ଼ ଜିଲାରେ ୨୪.୪୩ ପ୍ରତିଶତ । ୪ ଟି କଲେଜର ପାସ ଶୂନ୍ୟ ରହିଛି ।  ସେହିପରି ୭୦୮୮ (୭୪.୫୨ ପ୍ରତିଶତ) ଝିଅ ପାସ କରିଥିବାବେଳେ ୧୧୭୩୮(୬୭.୯୧ ପ୍ରତିଶତ) ପୁଅ ପାସ କରିଛନ୍ତିତ ।  ସେହିପରି ଧନ୍ଦାମୂଳକ ରେ ୫୨.୬୨ ପ୍ରତିଶତ ପାସ କରିଛନ୍ତି ।  ମୋଟ ୪୧୨୬ ପାସ କରିଛନ୍ତି । ବାଲେଶ୍ୱର ସର୍ବାଧିକ ୪୭.୪୩ ପ୍ରତିଶତ ଓ ନବରଙ୍ଗପୁର ଜିଲାରେ ସର୍ବନିମ୍ନ ୮.୩୩ ପ୍ରତିଶତ ପାସ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *