Monday , June 14 2021
Breaking News
Home / ବିଶେଷ / ପ୍ରକାଶିତ ହେବ ଶ୍ରୀ ଅଖଣ୍ଡଙ୍କ ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’

ପ୍ରକାଶିତ ହେବ ଶ୍ରୀ ଅଖଣ୍ଡଙ୍କ ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’

ଭୁବନେଶ୍ୱର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀଜଗନ୍ନାଥଙ୍କ ନାମ, ଧାମ ଓ ମହିମାକୁ ନେଇ ପ୍ରଭୁଭକ୍ତ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’ ଆଧ୍ୟାତ୍ମିକ ପୁସ୍ତକ ଚଳିତମାସ ଶେଷ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି । ଏଥିରେ ୯ଟି ଅଧ୍ୟାୟ ରହିଛି ଓ ପ୍ରତି ଅଧ୍ୟାୟରେ ୭ଟି ଲେଖାଁଏ ସୁଲଳିତ ଗୀତ ରହିଛି । ମୋଟ୍ ୬୩ଟି ଗୀତରେ ମହାପ୍ରଭୁଙ୍କ ମହିମା ଓ ତତ୍ୱ ବର୍ଣ୍ଣନା କରାଯାଇଛି । ଜଗନ୍ନାଥ ମହାମନ୍ତ୍ର ସମିତି, ଓଡିଶା ପକ୍ଷରୁ ଏହାକୁ ପ୍ରକାଶ କରାଯାଉଛି । ପୁରୀସ୍ଥିତ ଗୋବର୍ଦ୍ଧନ ପୀଠର ପୀଠାଧିଶ ଶ୍ରୀମଦ୍ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ଏହି ପୁସ୍ତକ ପ୍ରକାଶ ପାଇଁ ଅନୁରୋଧ କରାଯାଇଛି । ମହାପ୍ରଭୁଙ୍କ ମହାକୃପାରୁ ଅଖଣ୍ଡଙ୍କ ଦ୍ୱାରା ରଚିତ ହୋଇଥିଲା ଦୁଇଟି ଅନବଦ୍ୟ ଓ ଅପୂର୍ବ ଧର୍ମ ସାହିତ୍ୟ ‘ଗୀତ ଶ୍ରୀଜଗନ୍ନାଥ’ ଓ ‘ତତ୍ୱ ଶ୍ରୀଜଗନ୍ନାଥ’ । ପ୍ରଥମଟି ୨୦୧୮ ରଥଯାତ୍ରା ସମୟରେ ପ୍ରକାଶ ପାଇଥିଲା । ଏହାକୁ ମଧ୍ୟ ପୂଜ୍ୟ ଗୁରୁଜୀ ପୁରୀ ଶଙ୍କରାଚାର୍ଯ୍ୟ ଉନ୍ମୋଚିତ କରିଥିଲେ ଓ ତାଙ୍କର ଦିବ୍ୟ ସନ୍ଦେଶ ପ୍ରଦାନ କରିଥିଲେ । ‘ଗୀତ ଶ୍ରୀଜଗନ୍ନାଥ’ର ଦ୍ୱିତୀୟ ଭାଗ ଭାବେ ଏବେ ‘ତତ୍ୱ ଶ୍ରୀଜଗନ୍ନାଥ’ ପ୍ରକାଶ ପାଇବ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *