Wednesday , June 23 2021
Breaking News
Home / ବିଶେଷ / ପୌରପାଳିକା ପକ୍ଷରୁ ସ୍ୱଛତା ଅଭିଯାନ

ପୌରପାଳିକା ପକ୍ଷରୁ ସ୍ୱଛତା ଅଭିଯାନ

କଟକ, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଚୌଦ୍ୱାର ପୌରପାଳିକା ପକ୍ଷରୁ ସ୍ୱଛତା ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ଏହି ଅଭିଯାନରେ ୧୭ ନମ୍ବର ୱାର୍ଡ଼ରୁ ଆରମ୍ଭ ହୋଇଛି । ପୌର ନିର୍ବାହୀ ଅଧିକାରୀ ସତ୍ୟବ୍ରତ ମନ୍ତ୍ରୀ ଙ୍କ ନେତୃତ୍ୱରେ ପୌର କର୍ମଚାରୀ, ସଫେଇ କର୍ମଚାରୀ,ୱାର୍ଡ଼ର ଯୁବକ ଓ ବରିଷ୍ଠ ନାଗରିକ ୱାର୍ଡ଼ର ଗଳିକନ୍ଦି ବୁଲି ଆବର୍ଜମା, ନାଳ ନର୍ଦ୍ଦମା ସଫା କରିଥିଲେ । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ପୌର କର୍ମଚାରୀଙ୍କ ସହିତ ଘରକୁ ଘର ବୁଲି ଡ଼ଷ୍ଟବିନ୍ ପ୍ରଦାନ କରିବା ସହିତ ପଲିଥିନ୍ ବ୍ୟବହାର ନକରିବା ପାଇଁ ଓ ଅଳିଆ ଆବର୍ଜନା ଡ଼ଷ୍ଟବିନରେ ପକାଇବା ପାଇଁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଯୁବକ ଆଶୁତୋଷ ଦାସଙ୍କ ନେତୃତବରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ୱାର୍ଡ଼ର ପରିମଳ ବ୍ୟବସ୍ଥା ତଦାରଖ କରିବେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *