Tuesday , June 15 2021
Breaking News
Home / ତାଜା ଖବର / ପୋଲିସ ସହାୟତାରେ ବ୍ୟକ୍ତିଗତ ଚାଷ ଜମି ଉପରେ ବିଦ୍ୟୁତ ତାର ଟଣାକୁ ବିରୋଧ କରି ବୋମା ମାଡ଼ – ଜଣେ କନେଷ୍ଟବଳ ଆହତ

ପୋଲିସ ସହାୟତାରେ ବ୍ୟକ୍ତିଗତ ଚାଷ ଜମି ଉପରେ ବିଦ୍ୟୁତ ତାର ଟଣାକୁ ବିରୋଧ କରି ବୋମା ମାଡ଼ – ଜଣେ କନେଷ୍ଟବଳ ଆହତ

ଆଠଗଡ଼, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଆଠଗଡ଼ ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ପୋଲିସ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତ ଅବସ୍ଥାରେ ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ, ବ୍ୟକ୍ତିଗତ ଚାଷ ଜମି ଉପରେ ଶ୍ରୀ ସିମେଣ୍ଟ କମ୍ପାନୀ କୁ ବିଦ୍ୟୁତ ସଂଯୋଗ ପାଇଁ ତାର ଟଣାକୁ ଜମି ହିତାଧିକାରୀ ବିରୋଧ କରୁଛନ୍ତି । ଜମି ଉପରେ ଟାଓ୍ବାର ଲାଇନ ଟଣା ଯାଉଥିବାରୁ ସେମାନେ କ୍ଷତିପୂରଣ ମାଗିଥିଲେ। କ୍ଷତିପୂରଣ ନ ଦେଇ ତାର ଟଣା ଯାଉଥିବାରୁ ପୂର୍ବରୁ ଚାପା ଉତ୍ତେଜନା ଥିଲା। ଆଜି ଓପିଟିସିଏଲ୍ ପକ୍ଷରୁ ପୋଲିସ ସହାୟତାରେ ତାର ଟାଣିବାକୁ ଉଦ୍ୟମ କରିବାରୁ ଉତେଜନା ପ୍ରକାଶ ପାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଉପରକୁ ବୋମାମାଡ଼ ହୋଇଥିବା ଖବର ମିଳିଛି । ଯେଉଁଥିରେ କି ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ପରିସ୍ଥିତିତୁ ଦେଖି ଘଟଣା ସ୍ଥଳରେ ଚୌଦ୍ବାର ଏସ୍ଡିପିଓ, ୨ ଜଣ ଆଇଆଇସି ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଦୀର୍ଘ ଦିନ ହେବ ଜମି ମାଲିକମାନେ ଏହାକୁ ବିରୋଧ କରି ଆସୁଥିଲେ । ଯାହାର ପରିଣତି ପୋଲିସକୁ ଆଜି ଭେଗୀବାକୁ ପଡିଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *