Tuesday , June 15 2021
Breaking News
Home / ବିଶେଷ / ପୋଲିସ ର ‘ଅପରେସନ ପରି’ ରେ ଦୁଇ ନାବାଳିକା ଉଦ୍ଧାର

ପୋଲିସ ର ‘ଅପରେସନ ପରି’ ରେ ଦୁଇ ନାବାଳିକା ଉଦ୍ଧାର

ପାରାଦ୍ୱୀପ ୦୧/୦୮/୨୦୧୯ ( ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ପୋଲିସ ଅପରୋସନ ପରି କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନରେ ପାରାଦ୍ୱୀପ ମଡେଲ ପୋଲିସ ଓ ଅଭୟଚାନ୍ଦପୁର ପୋଲିସ ଅଧିନସ୍ଥ ଅଂଚଳରୁ ଦୁଇଜଣ ନାବାଳିକା ବୁଧବାର ଦିନ ଉଦ୍ଧାର ହୋଇଛନ୍ତି । ଏ ଘଟଣାରେ ସଂପୃକ୍ତ ଦୁଇଜଣ ବ୍ୟକ୍ତି ଥାନାରେ ଅଟକ ଅଛନ୍ତି । ଘଟଣାରୁ ପ୍ରକାଶ ଗତ ବର୍ଷ ପାରାଦ୍ୱୀପ ମଡେଲ ଥାନା ଅଂଚଳରୁ ଜଣେ ନାବାଳିକା  ଅପହରଣ ଅଭିଯୋଗ ହୋଇଥିଲା  ଏବଂ ଏହି ଘଟଣାରେ ଅପହରଣକାରୀ ମଧ୍ୟ ଜଣେ ନାବାଳକ  ଥିଲା । ଗତ  ବୁଧବାରଦିନ ଏହି ଦୁଇଜଣଙ୍କୁ ପାରାଦ୍ୱୀପ ପୋଲିସ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲେ । ଏକ ବର୍ଷ ପୂର୍ବେ ଅପହୃତ ହୋଇଥିବା ଏହି ନାବାଳିକାର ବୟସ  ବର୍ତମାନ ୧୮ବୋଲି ନାବଳିକା କହିଛି । ତେବେ ଝିଅଟି ଏବେ ଅନ୍ତସତ୍ୱା ଥିବାରୁ ପରିବାର ଲୋକେ ଝିଅକୁ ନେବାକୁ ଅରାଜି ହେଉଛନ୍ତି । ଏ ପରିପ୍ରେକ୍ଷୀରେ ଏହି ଦୁଇଜଣଙ୍କୁ ଚାଇଲ୍ଡ କେୟାର ହୋମକୁ ପଠାଯାଇପାରେ ବୋଲି ଥାନାଅଧିକାରୀ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି । ସେହିପରି  ଅଭୟଚାନ୍ଦପୁର  ଥାନା ଅଂଚଳରୁ  ଜଣେ ନାବାଳକ ଓ ନାବାଳିକା ଉଦ୍ଧାର ହୋଇଛନ୍ତି । ଦୁଇଜଣଙ୍କୁ ଡାକ୍ତରରୀ ମାଇନା ପରେ ସେମାନଙ୍କୁ ମଧ୍ୟ ଚାଇଲ୍ଡ କେଆର ହୋମକୁ ପଠାଯାଇ ପରେ ବୋଲି ଅଭୟଚାନ୍ଦପୁର ପୋଲିସ କହିିଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *