Friday , June 25 2021
Breaking News
Home / ତାଜା ଖବର / ପୋଲିସ ଦ୍ୱାରା ଗିରଫ ଯୁବକର ସଂଦେହଜନଙ୍କ ମୃତ୍ୟୁ

ପୋଲିସ ଦ୍ୱାରା ଗିରଫ ଯୁବକର ସଂଦେହଜନଙ୍କ ମୃତ୍ୟୁ

 ନାଉଗାଁ, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ନାଉଗାଁ ଥାନା ଅର୍ନ୍ତଗତ ନୂଆଗାଁ ପଂଚାୟତ ନୂଆଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଲିସ ହେପାଜତ ପରେ ଯୁବକଙ୍କର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ବନ୍ଦନ ମହାନ୍ତି ନାମକ ଯୁବକ ମଙ୍ଗଳବାର ବିଳମ୍ବିତ ରାତ୍ରି ସମୟରେ ଉକ୍ତ ଗ୍ରାମର ତାପସ ନାୟକଙ୍କ ଘରକୁ ଯାଇ ସିଗାରେଟ ମାଗିବାକୁ ନେଇ ଉଭୟଙ୍କ ପକ୍ଷରେ ବଚସା ଓ ଠେଲା ପେଲା ଓ ମାଡପିଟ ହୋଇଥିଲା । ଫଳରେ ତାପସ ଓ ତାର ଭାଇ ବନ୍ଦନକୁ କାବୁ କରି ନେଇ ନାଉଗାଁ ଥାନାକୁ ଫୋନ ମଧ୍ୟମରେ ଜଣାଇଥିଲେ । ଖବରପାଇ ଥାନା ପକ୍ଷରୁ ବନ୍ଦନକୁ ଗାଡି ନିକଟକୁ ଆଣିଥିଲେ ଯେଉଁଥିରେ ବନ୍ଦନ ଚାଲି ଚାଲି ଗାଡିରେ ବସିଥିଲେ । ଏହାପରେ କ’ଣ ଘଟିଲା ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବନ୍ଦନକୁ ରାତି ୩ଟାପରେ ଭର୍ତିର୍ି କରାଯାଇଥିଲା । ଚିକିତ୍ସତ ଅବସ୍ଥାରେ ବୁଧବାର ସକାଳ ୬ଟା ସମୟରେ ଉକ୍ତ ଯୁବକର ମୃତ୍ୟୁ ହୋଇଥିଲା । ମୃତ ଯୁବକର ବାପା ମାଆ ବରଗଡ ଏକ ସମ୍ପର୍କିୟଙ୍କ ବିବାହ ଭୋଜିକୁ ଯାଇଥିବା ବେଳେ ସେମାନେ କିମ୍ବା ସେମାନଙ୍କର କୌଣସି ସମ୍ପର୍କିୟ ଥାନାରେ ଅଭିଯୋଗ କରିନଥିବା କାରଣରୁ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠା ଯାଇପାରିନାହିଁ । ଅନ୍ୟପଟେ ଉକ୍ତ ଯୁବକକୁ ରାତିରେ ଗୁରୁତର ଅବସ୍ଥାରେ ପୁଲିସ ଆଣି ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ରଖିଥିବା ବେଳେ ତାକୁ କାହିଁକି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଗଲା ନାହିଁ ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରଶ୍ନ ଉଠୁଛି । ଉକ୍ତ ଯୁବକ ଚିକିତ୍ସାରେ ଅବହେଳା କାରଣରୁ ନାଁ ଉକ୍ତ ବ୍ୟକ୍ତିଙ୍କ ମାଡରେ ନାଁ ପୁଲିସର ମାଡରେ ମୃତ୍ୟୁ ହୋଇଛି ତାହା ସଂଦେହ ଘେରରେ ରହିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପରିବାରଙ୍କ ଅଭିଯୋଗ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି । ଅପରପକ୍ଷରେ ତାପସ ନାୟକକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ଭର କର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *