Saturday , July 31 2021
Breaking News
Home / ତାଜା ଖବର / ପୋଲିସ୍ କବଜାରେ ଲୁଟେରା ଗ୍ୟାଙ୍ଗ: ୯ ଜଣ ଲୁଟେରା ଗିରଫ : ବ୍ୟାପକ ସାମଗ୍ରୀ ଜବତ : ଜଣେ ଫେରାର

ପୋଲିସ୍ କବଜାରେ ଲୁଟେରା ଗ୍ୟାଙ୍ଗ: ୯ ଜଣ ଲୁଟେରା ଗିରଫ : ବ୍ୟାପକ ସାମଗ୍ରୀ ଜବତ : ଜଣେ ଫେରାର

ବାଲିଗୁଡା, ୧୫/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍ ଘଟଣାର ପର୍ଦାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍ । ତୁମୁଡ଼ିବନ୍ଧ ଥାନା ରାମପୁର ଛକରେ ଥିବା ନୂଆ ମଦ ଦୋକାନରୁ ଲୁଟ୍ କରିଥିଲେ କିଛି ଦୁର୍ବୃତ । ଅଭିଯୋଗ ପ୍ରକାରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ । ସମସ୍ତ ଲୁଟ୍ ସାମଗ୍ରୀ ଜବତ କରିବା ସହ ଲୁଟ୍ରେ ବ୍ୟବହୃତ ଅଟୋକୁ ଜବତ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର୍ ଥିବା ଜଣାପଡ଼ିଛି । ସମସ୍ତ ଲୁଟେରା ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ପୁର୍ବରୁ ଅନେକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ସେମାନଙ୍କ ନିକଟରୁ ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ୍, ଗୋଟିଏ ଧାରୁଆ ଛୁରୀ ପୋଲିସ୍ ଜବତ କରିଥିବା ଜଣାପଡ଼ିଛି । ଗତ ୧୦ତାରିଖ ରାତିରେ ସେଲ୍ସ ମ୍ୟାନ୍ ଓ ତାଙ୍କ ସହଯୋଗୀଙ୍କୁ ଖଟରେ ବାନ୍ଧି ମଦ ଦୋକାନରେ ଥିବା ପାଖାପାଖି ୬ଲକ୍ଷ ଟଙ୍କାର ମଦ ସହ ଦୋକାନରେ ଥିବା ଇନଭର୍ଟର, ୟୁପିଆଇ ମେସିନ୍ ସହ ସେଲ୍ସ ମ୍ୟାନଙ୍କ ସ୍କୁଟି ଓ ସିସି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏହା ତୁମୁଡ଼ିବନ୍ଧ ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ସମସ୍ତଙ୍କ ଚେଷ୍ଟା ବଳରେ ଘଟଣାର ତିନିଦିନ ମଧ୍ୟରେ ଆମେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛୁ ବୋଲି ବାଲିଗୁଡ଼ା ଏସଡିପିଓ ମନୋଜ ପୁଜାରୀ କହିଛନ୍ତି । ଅନ୍ୟ ପଟେ ଆଖପାଖ ଥାନାରେ ଏହି ଗ୍ୟାଙ୍ଗର ପୂର୍ବରୁ ଏଭଳି ଅନେକ ମାମଲା ରହିଛି ଯାହାର ବର୍ତ୍ତମାନ ସମୟରେ ଆମେ ଅଧିକ ତଦନ୍ତ ଜାରି ରଖିଛୁ ବୋଲି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *