Wednesday , June 23 2021
Breaking News
Home / ତାଜା ଖବର / ପୋଲିସକୁ ଚକମା ଦେଖାଇ ଚୋର ଚମ୍ପଟ !

ପୋଲିସକୁ ଚକମା ଦେଖାଇ ଚୋର ଚମ୍ପଟ !

ଝାରସୁଗୁଡ଼ା, ୨୪/୦୮/୨୦୧୯(ଓଡ଼ିଶା ସମାଚାର)-ପୁଣି ପୋଲିସ ଆଖିରେ ଧୂଳି ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ଝାରସୁଗୁଡ଼ାରେ ଚୋରି ଅଭିଯୋଗରେ ବନ୍ଧା ହୋଇଥିବା ଅଭିଯୁକ୍ତ ପୋଲିସ ଗାଡ଼ିରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରରେ ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ହଠାତ ଆଜି ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଗତକାଲି ସଂନ୍ଧ୍ୟାରେ ମଙ୍ଗଳବଜାର ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଜଣେ ଚୋରକୁ ଧରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଚୋରକୁ ଆଣି ପୋଲିସ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ନିଜ ଗାଡ଼ିରେ ନେଇଥିଲା । ଓଡ଼ିଶା ସମାଚାର

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *