Sunday , June 20 2021
Home / ବିଶେଷ / ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ପୋଲାଭରମ ପ୍ରକଳ୍ପର କାମ ରୋକିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରକଳ୍ପର କାମ ବନ୍ଦ ନ ହେଲେ ମାଲକାନଗିରି ଜିଲ୍ଲାରେ ଲୋକମାନ ଉପରେ ପ୍ରତିକୂଳ ପ୍ରଭାବ ପଡିବ । ଏହା ଦ୍ୱାରା ଅନେକ ଜନଜାତୀୟ ଗାଁ, ଜଂଗଲ ଓ ଚାଷ ଜମି ଜଳ ମଗ୍ନହେବ । ଏହା କାରଣରୁ ବିସ୍ଥାପନ ହେବ । ତେଣୁ ଏହି ମାମଲାରେ ପଡି ରହିଥିବା ମାମଲାର ସମାଧାନ ନ ହେଲା ଯାଏ ପ୍ରକଳ୍ପ ରୋକିବାକୁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *