Thursday , June 17 2021
Home / ବିଶେଷ / ପୋଲାଭରମ୍ ପ୍ରସଙ୍ଗ : ଜାତୀୟ ମାନ୍ୟତା ରଦ୍ଦ ପାଇଁ ଆବେଦନ କରାଯାଇଛି: ମନ୍ତ୍ରୀ

ପୋଲାଭରମ୍ ପ୍ରସଙ୍ଗ : ଜାତୀୟ ମାନ୍ୟତା ରଦ୍ଦ ପାଇଁ ଆବେଦନ କରାଯାଇଛି: ମନ୍ତ୍ରୀ

ଭୁବନେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ପୋଲାଭରମ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେବ । ଓଡ଼ିଶା ସରକାର କ୍ଷୟକ୍ଷତି ନେଇ ଆକଳନ କରିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ଉତର ଦେଇ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଲେ ଓଡ଼ିଶାର ୧୫ଟି ଗାଁ ଓ ୧୦ଟି ପଡ଼ାର ୫ ହଜାର ୯୧୬ ଆଦିବାସୀଙ୍କ ସମେତ ୬୮୧୮ ଲୋକ ବିସ୍ଥାପିତ ହେବେ । ଏହାସହ ୭୬୫୬ ହେକ୍ଟର ଜମି ଜଳମଗ୍ନ ହେବ । ପୋଲାଭରମ ପ୍ରକଳ୍ପକୁ ୨୦୧୪ ଏପ୍ରିଲରେ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିବା ପରଠାରୁ ଏହାକୁ ବିରୋଧ କରି ରାଜ୍ୟ ସରକାର ବିଭିନ୍ନ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ପୂର୍ବରୁ ବିଧାନସଭା ଅଧିବେଶନ ସମୟରେ ବିଜେଡି ବିଧାୟକମାନେ ଗୃହରେ ବ୍ୟାପକ ହଟ୍ଟଗୋଳ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ପାଇଁ ରାଜ୍ୟଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବା, ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ଧାରଣ ଦେବା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏପରିକି ୨୦୧୮ ଜାନୁଆରୀ ୪ ତାରିଖରେ ବିଜେଡି ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଦଳର ୪ ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ର ଶେଖର ସାହୁ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏକ କମିଟି ଗଠନ କରିଥିଲା । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *