Monday , June 21 2021
Breaking News
Home / ବିଶେଷ / ପୋଥାଳ ସାହିରେ ଚବିଶ ପ୍ରହର ନାମଯଜ୍ଞ

ପୋଥାଳ ସାହିରେ ଚବିଶ ପ୍ରହର ନାମଯଜ୍ଞ

ଭୁବନ ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ପୋଥାଳ ସାହିରେ ଗତକାଲି ଠାରୁ ଚବିଶ ପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି । ଶୁକ୍ରବାର ଅପରାହ୍ନରେ ଶତାଧିକ ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରା କରି ପୋଥାଳସାହି ସ୍ଥିତ ଶ୍ରୀକୃଷ୍ଣ ଚୈତନ୍ୟ ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଘଟସ୍ଥାପନ କରିଥିଲେ । ସଭାପତି ନରୋତମ ସାହୁ ଓ ସଂକୀର୍ତନ ମୁଖ୍ୟ ଗୌରାଙ୍ଗ ଚରଣ ଗୁରୁ ଙ୍କ ତତ୍ୱାବଧାନରେ ଗତକାଲି ପ୍ରାତଃ ସମୟରୁ ନାମସଂକୀର୍ତନ ଆରମ୍ଭ ହୋଇଅଛି । ୩୦ ରୁ ଉଦ୍ଧ୍ୱର୍ କୀର୍ତନମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ପ୍ରତ୍ୟହ ସଂଧ୍ୟାରେ ସାମୁହିକ ପ୍ରସାଦସେବନ ଅନୁଷ୍ଠିତ ହେଉଛି ଓ ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ରାଧାରମଣ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରୁଛନ୍ତି । ଆସନ୍ତା ମଙ୍ଗଳବାର ଦିନ ନାମଯଜ୍ଞର ପୂର୍ଣ୍ଣାହୂତୀ ଓ ନଗରକୀର୍ତନ କାର୍ଯ୍ୟକ୍ରମ ରହିଛି । ଏହି ଆଧ୍ୟାତମିକ କାର୍ଯ୍ୟକ୍ରମରେ ସମସ୍ତ ସାହିବାସିନ୍ଦା ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *