Thursday , June 24 2021
Breaking News
Home / ବିଶେଷ / ପୂର୍ବତନ ସରପଂଚ କୃଷ୍ଣ ଚନ୍ଦ୍ର ବେଉରାଙ୍କ ସ୍ମୃତିରେ ମାହାଳହାଟ ବଜାର ବନ୍ଦ

ପୂର୍ବତନ ସରପଂଚ କୃଷ୍ଣ ଚନ୍ଦ୍ର ବେଉରାଙ୍କ ସ୍ମୃତିରେ ମାହାଳହାଟ ବଜାର ବନ୍ଦ

ତାରପୁର,୧୮/୧୦/୨୦୧୯(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତର ପୂର୍ବତନ ସରପଂଚ ତଥା ସୁଦାମବତୀ ଅପେରାର ମାଲିକ କୃର୍ଷ୍ଣ ଚନ୍ଦ୍ର ବେଉରାଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିିଛି । ସେ ତାଙ୍କ ଜୀବ ଦଶା ମଧ୍ୟରେ ଗ୍ରାମ ତଥା ପଂଚାୟତର ବିଭିନ୍ନ ସାମୁହିକ କାର୍ଯ୍ୟରେ ନେତୃତ୍ୱ ନେବା ଫଳରେ ଜନ ମାନସରେ ଆଦୃତ ହେଉଥିଲେ । ତାଙ୍କ ପରଲୋକରେ ମାହାଳହାଟ ବଜାର କମିଟି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସମ୍ପୂର୍ଣ୍ଣରୂପେ ବଜାର ବନ୍ଦ ରହିଥିଲା । ଏହି ଶୋକ ସଭାରେ ବଜାର କମିଟିର ସଭାପତି ପ୍ରଫୁଲ ଚନ୍ଦ୍ର ପରିଡ଼ା, ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, ସରପଂଚ ଦିଲିପ କୁମାର ବିଶ୍ୱାଳ, ରବିନ୍ଦ୍ର ସାହୁ, ପବିତ୍ର ସାହୁ , ରଂଜନ ସାହୁ , ଅକ୍ଷୟ ସ୍ୱାଇଁ, ଜିତନ ବେଉରା , ମାନସ ପରିଡ଼ା, ୍ରସିତ ପରିଡ଼ା, ରାଜେନ୍ଦ୍ର ସାହୁ, ପ୍ରକାଶ ବେଉରା, ସୁବୋଧ ବେଉରା,ବୁଲା ଲେଙ୍କା , ଅଜୟ ବାରିକ, ପ୍ରଦୀପ ବାରିକ, ପପୁନା ବାରିକ, କିଶୋର ସାହୁ, ଶିବ ସେଠୀ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *