Wednesday , June 23 2021
Breaking News
Home / ବିଶେଷ / ପୂର୍ବତନ ପ୍ରଶାସକଙ୍କ ବିୟୋଗ

ପୂର୍ବତନ ପ୍ରଶାସକଙ୍କ ବିୟୋଗ

 କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ଉପ ନିର୍ଦେଶକ (ସେନସସ୍) ବ୍ରଜବିହାରୀ ମହାନ୍ତିଙ୍କର ୮୫ବର୍ଷ ବୟସରେ ଗତ ମଙ୍ଗଳବାର ଦେହାନ୍ତ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଭୂବନେଶ୍ୱରର ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ଗରାପୁର ଗ୍ରାମ ଓ ଆଖ ପାଖ ଅଂଚଳରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷି ମଣିଷ ଥିଲେ । ତାଙ୍କ ପତ୍ନୀ, ୩ପୁଅ, ବୋହୁ , ପୁତୁରା ଓ ଭାଇ ନଳିନୀବିହାରୀ ମହାନ୍ତି ପ୍ରମୁଖ ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡିଛନ୍ତି । ତାଙ୍କ ବିୟୋଗରେ ସମାଜସେବୀ ତଥା ଜନସେବକ ପ୍ରଦିପ କୁମାର ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଆଇନଜୀବି ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ ନ୍ତରଞ୍ଜନ ଦାସ, ଗୋଲଖ ପଢିଆରୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *