Thursday , August 5 2021
Breaking News
Home / ବିଶେଷ / ପୂର୍ତ୍ତ ବିଭାଗର ମନମାନୀ : ବର୍ଷବର୍ଷ ଧରି କାମ ନ ହୋଇ ପଡି ରହିଛି : ତଦନ୍ତ ଦାବି

ପୂର୍ତ୍ତ ବିଭାଗର ମନମାନୀ : ବର୍ଷବର୍ଷ ଧରି କାମ ନ ହୋଇ ପଡି ରହିଛି : ତଦନ୍ତ ଦାବି

କନ୍ଧମାଳ,୦୨/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସହରର ଉନ୍ନତ ମାନର ରାସ୍ତା ନିର୍ମାଣ ଓ ମରାମତି କାର୍ୟ୍ୟ ପୂର୍ତ୍ତ ବିଭାଗ ର ଦାୟୀତ୍ଵ । ହେଲେ ପୂର୍ତ୍ତ ବିଭାଗର ଅବହେଳା ଓ ମନମାନୀ ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟ ଗୋପବନ୍ଧୁ ଛକ ଠାରେ ଥିବା ଡିଭାଇଡର କାମ ବର୍ଷ ବର୍ଷ ଧରି ଭାଙ୍ଗିରୁଜି ପଡି ରହିଛି । ଅଦ୍ୟାବଧି ସୁଦ୍ଧା ତିଆରି ହୋଇ ପାରିନାହିଁ । ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ସମାବେଶ ବେଳେ ବାହାରୁ ଆସୁଥିବା ବଡ଼ ବଡ ଗାଡି ଗୁଡ଼ିକ କରୋନେସନ ଗ୍ରାଉଣ୍ଡ ଭିତରକୁ ପଶି ନ ପାରିବା କାରଣରୁ ପୂର୍ତ୍ତ ବିଭାଗ ତରଫରୁ ଭଙ୍ଗା ଯାଇଥିଲା । ହେଲେ, ସେବେଠାରୁ ଆଉ ନିର୍ମାଣ ନକରି ପୂର୍ତ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ଯାହା ଫଳରେ ଟ୍ରାଫିକ ସମସ୍ୟାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ଦୁର୍ଘଟଣା ମାନ ମଧ୍ୟ ଘଟୁଛି ।
ଗତ ଦୁଇ ମାସତଳେ ପୂର୍ତ୍ତ ବିଭାଗ କାର୍ୟ୍ୟ କରିବା ପାଇଁ ଠିକାଦାରଙ୍କୁ ନିଯୁକ୍ତି ଦେଇଥିଲେ। ଠିକାଦାର ଖୋଳାଖୋଳି ଆରମ୍ଭ କରିଥିଲେ ପୁଣି କଣ ହେଲା କେଜାଣି ବନ୍ଦକରି ଦେଇଛନ୍ତି ଠିକାଦାର ଜଣଙ୍କ। ସେହିପରି ସହରରେ ବିଭାଗ ପକ୍ଷରୁ ବିଭିନ୍ନ ରୋଡରେ କରାଯଓଉଥିବା ଡ୍ରେନ କାମ ମଧ୍ୟ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି । ସେହିପରି କେଉଁଠି ଭଲ ଡ୍ରେନ କୁ ଭଙ୍ଗାଯାଇ ପୁଣି ନିର୍ମାଣ କରାଯାଇ ଠିକାଦାର ଙ୍କୁ କେବଳ ପୋଷା ଯାଉଛି । କରୋନା ସମୟରେ ସରକାର ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଅତି ଆବଶ୍ୟକତା କୁ ଉପଲବ୍ଧି କରି ଅର୍ଥଖର୍ଚ କରିବାଲାଗି ନିର୍ଦେଶ ରହିଛି । ତେବେ ସହରରେ ରାସ୍ତା ଓ ଡ୍ରେନ ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ପାଣି ପରି ବିଭାଗ କାହିଁକି ଖର୍ଚ୍ଚ କରୁଛି ତାହା ଜଣା ପଡୁନି । ସେହିପରି ବିଭାଗରେ ଯନ୍ତ୍ରୀ ଓ ଠିକାଦାର ବ୍ୟାପକ କମିଶିନି କାରବାର ଚଳାଇଥିବା ଅଭିଯୋଗ ମଧ୍ୟ ହେଉଛି । ସେହିପରି ଫୁଲବାଣୀ ଓ ବାଲିଗୁଡ଼ା ଡ଼ିଭିଜନ ପାଇଁ ଜଣେ ନିର୍ବାହୀ ଯନ୍ତ୍ରୀ ଦୀର୍ଘମାସ ଧରି ଦାୟୀତ୍ଵରେ ରହିବା ଫଳରେ ଠିକ ଭାବେ କାମ ତଦାରଖ ମଧ୍ୟ ହେଉନି। ପୂର୍ତ୍ତ ସଚିବ ଡ.କ୍ରିଷନ କୁମାର ଙ୍କୁ ଏନେଇ ଅବଗତ ମଧ୍ୟ କରାଗଲାଣି ହେଲେ କୌଣସି ସୁଫଳ ମିଳୁନି। ପୂର୍ତ୍ତ ବିଭାଗରେ ଚାଲିଥିବା ଦୁର୍ନିତୀ ଓ ଅନିୟମିତତା ପ୍ରତି ଦୁର୍ନିତୀ ବିଭାଗ ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟିଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ ମତାମତ ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *