Wednesday , June 16 2021
Breaking News
Home / ବିଶେଷ / ପୁଲିସ ହାତରୁ ଅଭିଯୁକ୍ତ ଚମ୍ପଟ୍ ଘଟଣାରେ ଦୁଇ କନଷ୍ଟେବଲ ନିଲମ୍ବିତ

ପୁଲିସ ହାତରୁ ଅଭିଯୁକ୍ତ ଚମ୍ପଟ୍ ଘଟଣାରେ ଦୁଇ କନଷ୍ଟେବଲ ନିଲମ୍ବିତ

ଜଗତସିଂହପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ ଶନିବାର ଅପରାହ୍ଣରେ ଜଣେ ଅଭିଯୁକ୍ତ କୋର୍ଟ ହାଜତ ନିକଟରୁ ପୁଲିସକୁ ଚକ୍ମା ଦେଖାଇ ଚମ୍ପଟ ମାରିବା ଘଟଣାରେ ଜଗତସିଂହପୁର ଏସ୍ପି ସୁଧା ସିଂ ୨ ଜଣ କନଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବିତ କନଷ୍ଟେବଲ ଦ୍ୱୟ ହେଲେ, ସଦର ଥାନାରେ କାର୍ଯ୍ୟରତ ଗୌରାଙ୍ଗ ରାଉଳ ଓ ସଂଗ୍ରାମ ରାଉତ । ପାରିବାରିକ ବିବାଦକୁ ନେଇ ସଦର ଥାନା ଅନ୍ତର୍ଗତ ସିଂହାରପୁର ଗ୍ରାମର ଅଭିମନ୍ୟୁଙ୍କ ପୁଅ ସୂର୍ଯ୍ୟ ସିଂ(୧୯) ତାର ଶ୍ୱଶୁର ବିନାକର ସିଂଙ୍କୁ ଗାଳି ଗୁଲଜ କରିବା ସହିତ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ଶ୍ୱଶୁର ବିନାକର ସିଂ, ସଦର ଥାନାରେ ଜ୍ୱାଇଁ ନାଁରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ଥାନାରେ ଅଭିଯୁକ୍ତ ଜ୍ୱାଇଁ ସୂର୍ଯ୍ୟ ସିଂ ନାମରେ ମାମଲା ରୁଜୁ କରି ଗତ ୬ ତାରିଖ ପୂର୍ବାହ୍ଣରେ ଗିରଫ କରିଥିଲେ । ସେହିଦିନ ଅପରାହ୍ଣରେ ସଦର ଥାନାର କନଷ୍ଟେବଲ୍ ଗୌରାଙ୍ଗ ଓ ସଂଗ୍ରାମଙ୍କ ଏସ୍କର୍ଟରେ ଅଭିଯୁକ୍ତ ସୂର୍ଯ୍ୟକୁ ଏସ୍ଡିଜେଏମ୍ଙ୍କ ଅଦାଲତକୁ ଚାଲାଣ କରିବା ପାଇଁ ନେବା ସମୟରେ କୋର୍ଟ ହାଜତ ନିକଟରୁ କନଷ୍ଟେବଲ ଦ୍ୱୟଙ୍କୁ ଚକ୍ମା ଦେଖାଇ ଅଭିଯୁକ୍ତ ସୂର୍ଯ୍ୟ ଚମ୍ପଟ ମାରିଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *