Sunday , June 20 2021
Home / ବିଶେଷ / ପୁରୁଷୋତମପୁର ପଂଚାୟତର ସଠିକ ସ୍ଥାନରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୁଷୋତମପୁର ପଂଚାୟତର ସଠିକ ସ୍ଥାନରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୧୩/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମପଂଚାୟତର ସନ୍ୟାସପୁର, ବରହମପୁର ଓ ମାନପାଟଣା ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନ ପକ୍ଷରୁ ସବୁ ଗ୍ରାମ ଗୁଡିକର ମଧ୍ୟସ୍ଥଳୀ ମାନପାଟଣା ଗ୍ରାମର ହନୁମାନ ମନ୍ଦିର ନିକଟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ କାହାକୁ କିଛି ନଜଣାଇ ସେହି ପ୍ରକଳ୍ପଟି  କହ୍ନେଇପୁର ଗ୍ରାମରେ କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ସମ୍ପର୍କରେ ଅଭିଯୋଗକାରୀମାନେ ଜାଣିବାକୁ ପାଇଲେ । କହ୍ନେଇପୁର ଗ୍ରାମରୁ ବରହମପୁର ଗ୍ରାମ ପ୍ରାୟ ୨କିଲୋମିଟର ଦୂର । ଏତଦବ୍ୟତିତ ସନ୍ୟାସପୁର, ବରହମପୁର ଓ ମାନପାଟଣା ଭଳି ୩ଟି ଗ୍ରାମର ଜନସଂଖ୍ୟା ଏକହଜାର ୫ଶହ ହୋଇଥିବା ବେଳେ କହ୍ନେଇପୁର ଗ୍ରାମର ଲୋକସଂଖ୍ୟା ମାତ୍ର ୪ଶହ  । ଏପରିସ୍ଥଳେ ପ୍ରଥମେ ସ୍ଥିର କରାଯାଇଥିବା ପ୍ରକଳ୍ପ ସ୍ଥାନକୁ ୩ଟି ଗ୍ରାମର ଗ୍ରାମବାସୀଙ୍କ ଅଗୋଚରରେ ବଦଳାଯାଇ ୨କିମି ଦୂରରେ ପ୍ରକଳ୍ପଟି କରାଗଲେ ସେହି ୩ଟି ଗ୍ରାମର ୧୫ଶହ ଲୋକ ପାନୀୟ ଜଳ ପାଇବାରୁ ବଂଚିତ ହେବେ ବୋଲି ଅଭିଯୋଗ ହୋଇଛି । ତେଣୁ ସେହି ପ୍ରକଳ୍ପଟି ୩ଟି ଗ୍ରାମର ମଧ୍ୟସ୍ଥଳି ମାନପାଟଣା ହନୁମାନ ମନ୍ଦିର ନିକଟରେ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଫୁଲ୍ଲ କୁମାର ଭୋଳ, ପପୁନି ଭୋଳ, ଲିପୁ ଭୋଳ, ନନ୍ଦକିଶୋର ଭୋଳ, ନିତ୍ୟାନନ୍ଦ ଭୋଳ, ବିଚିତ୍ର ପ୍ରଧାନ, ରତ୍ନାକର ସ୍ୱାଇଁ, ସନାତନ ପ୍ରଧାନ, ଗୌରାଙ୍ଗ ପ୍ରଧାନ,ବଳରାମ ବେହେରା, ଅସିତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *