Friday , June 18 2021
Breaking News
Home / ବିଶେଷ / ପୁରୁଣା ଭୁବନେଶ୍ୱରରେ ୩ଟି ସ୍ଥାନରେ ରଥଯାତ୍ରା

ପୁରୁଣା ଭୁବନେଶ୍ୱରରେ ୩ଟି ସ୍ଥାନରେ ରଥଯାତ୍ରା

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥ ଟଣା ହୋଇଥିଲା । ଅପରାହ୍ଣ ୫ଟାରେ ରଥ ଜମେଶ୍ୱର ପାଟଣାରୁ ଛୋଟ ଛୋଟ ପିଲାମାନେ ରଥ ଟାଣି ଟାଣି ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର, ତିନିମୁଣ୍ଡିଆ ଛକ, ପରିଭ୍ରମଣ କରାଇ ଗଙ୍ଗା ଯମୁନା ମନ୍ଦିରକୁ ନେଇଥିଲେ । ଏଥିରେ କମିଟିର ସଂପାଦକ ବସନ୍ତ କୁମାର ସମର୍ଥା, ଗୌରୀ ଖଟେଇ, ବାବୁ ଖୁଂଟିଆ, ସୁବାଷ ବାରିକ, ସୁବାଷ ଦାସ, କେଦାର ପ୍ରଧାନ ଓ ଶତାଧିକ ସଭ୍ୟ ସାମିଲ ହୋଇଥିଲେ । ସେହିପରି ବଡ଼ଦାଣ୍ଡ ସାହିରେ ଘୋଷଯାତ୍ରା କମିଟି ପକ୍ଷରୁ ବାହୁଡ଼ା ଅନୁଷ୍ଠିତ ହୋଇଯାଇଛି । ବଡଦାଣ୍ଡ ସାହିରୁ ସୁସଜ୍ଜିତ ରଥ ବାହାରି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ଯାଇ ରଥ ଦାଣ୍ଡ ପରିକ୍ରମା କରି ରାମେଶ୍ୱର ବାରିକ୍ ସାହି ଛକ ନିକଟ ହନୁମାନ ମନ୍ଦିରକୁ ଯାଇଥିଲା । ଏହାକୁ କମିଟିର ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶୀଲ ପ୍ରହରାଜ, ଉପଦେଷ୍ଟା ଅମିୟ ବିଶୋଇ, ଅମିତ ଶତପଥି, ଗୌତମ ସାହୁ, ଭାରତ ବିଶୋଇ, ପିଂଟୁ ସାହୁ, ରାହୁଲ ସାହୁ ପ୍ରମୁଖ ପରିଚାଳଣା କରିଥିଲେ । ସେହିପରି ଭୀମଟାଙ୍ଗି ତଳ ଫେଜ୍ଠାରେ ସାଇ ଶ୍ରୀ କ୍ଲବ ପକ୍ଷରୁ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ରଥକୁ ଟଣା ଯାଇ ଭୀମଟାଙ୍ଗି ଫେଜ୍ ନଂ ୬ର ଅନନ୍ତ ନଗରକୁ ନିଆଯାଇଥିଲା । ଏହାକୁ ବବିତା ସାହୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *