Wednesday , June 16 2021
Breaking News
Home / ବିଶେଷ / ପୁରୀ ଶ୍ରୀ ମନ୍ଦିରର ରଥଯାତ୍ରା ଗତବର୍ଷ ପରିହେବ – ରାଜ୍ୟର ଅନ୍ୟ କେଉଁ ଠାରେ ରଥଯାତ୍ରା ହେବ ନାହିଁ – ଏସଆରସି

ପୁରୀ ଶ୍ରୀ ମନ୍ଦିରର ରଥଯାତ୍ରା ଗତବର୍ଷ ପରିହେବ – ରାଜ୍ୟର ଅନ୍ୟ କେଉଁ ଠାରେ ରଥଯାତ୍ରା ହେବ ନାହିଁ – ଏସଆରସି

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର)- ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଳନ କରାଯିବ । ଅର୍ଥାତ ବିନା ଭକ୍ତରେ ପୁରୀ ଶ୍ରୀ ମନ୍ଦିରର ରଥ ଯାତ୍ରା ହେବ କିନ୍ତୁ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ଆଜି ସ୍ୱତନ୍ତ୍ର ରାଜସ୍ୱ କମିଶନର ସୂଚନା ଦେଇଛନ୍ତି । କରୋନା ର ୨ୟ ଲହରୀ ଚାଲିଥିବାରୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହି ନିଷ୍ପତି ନିଆଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଲାଇଭ ଟେଲିକାଷ୍ଟ କରିବେ । ତାଙ୍କ ଠାରୁ ନେଇ ମଧ୍ୟ ଅନ୍ୟ ଗଣମାଧ୍ୟମ ମାନେ ନେଇ ପ୍ରଚାର ପ୍ରସାର କରିପାରିବେ । ଯେଉଁ ସେବାୟତମାନଙ୍କର ନେଗେଟିଭ ରିପୋର୍ଟ ଥିବ ସେମାନେ ନୀତିକାନ୍ତି ରେ ଭାଗ ନେଇ ପାରିବେ । ବାହାର ଲୋକଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ଯେଉଁମାନେ ପୁରୀ ସହରରେ ବାସ କରନ୍ତି, ସେମାନେ ସ୍ୱତନ୍ତ ଅନୁମତି ନେଇ ଘରକୁ ଯାଇ ପାରିବେ । ପୁରୀ ଶ୍ରୀ ମନ୍ଦିର କୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠାରେ ରଥଯାତ୍ରା ହେବ ନାହିଁ । କେବଳ ମନ୍ଦିର ପରିସର ମଧ୍ୟରେ ନୀତିକାନ୍ତି ସମ୍ପନ୍ନ କରାଯାଇ ପାରିବ । ରଥ ଟାଣିବାରେ ୫୦୦ ଭିତରେ ସମିତି ରହିବ । ରଥଯାତ୍ରା ପୂର୍ବରୁ ପୁରୀର ସମସ୍ତ ରାସ୍ତାକୁ ସିଲ କରାଯିବ ଓ ୧୪୪ ଧାରା ଜାରି କରାଯିବ । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *