Friday , June 18 2021
Breaking News
Home / ତାଜା ଖବର / ପୁରୀ ରେ ଏନକାଉଂଟର – ଦୁର୍ଦ୍ଧାନ୍ତ ଅପରାଧୀ ଦିବାନା ଆହତ -ପିସ୍ତଲ, ଗୁଳି ଓ ବାଇକ୍ ଜବତ

ପୁରୀ ରେ ଏନକାଉଂଟର – ଦୁର୍ଦ୍ଧାନ୍ତ ଅପରାଧୀ ଦିବାନା ଆହତ -ପିସ୍ତଲ, ଗୁଳି ଓ ବାଇକ୍ ଜବତ

ପୁରୀ,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଶନିବାର ବିଳମ୍ବିତ ରାତିରେ ପୋଲିସ ର ଏନକାଉଂଟର ରେ ମୋଷ୍ଟ ୱାନଟେଡ଼ ଦୁର୍ଦ୍ଧାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୨ ଟା ବେଳେ ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହି ମାଟିତୋଟା ଅଂଚଳର ପୋଲିସ ର ମୋଷ୍ଟ ୱାନଟେଡ଼ ଲିଷ୍ଟ ରେ ଥିବା ଦୁର୍ଦ୍ଧାନ୍ତ ଅପରାଧୀ ଦିବାନା ବେହେରା କୁମ୍ଭରପଡ଼ା ଥାନା ଅନ୍ତର୍ଗତ ନବକଳେବର ରୋଡ଼୍ ର ଆଶ୍ରମ ଛକ ନିକଟରେ ବାସେଳିସାହି ପୋଲିସ ଓ କୁମ୍ଭପଡ଼ା ଥାନା ପୋଲିସ୍ ସହିତ ମୁହାଁମୁହିଁ ହୋଇଥିଲେ । ବାସେଳିସାହି ଥାନା ଆଇଆଇସି ଆହତ ହୋଇଥିଲେ । ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇବାରୁ ଗୋଟିଏ ଗୁଳି ଦିବାନାର ଡ଼ାହାଣଗୋଡ଼ ଆଣ୍ଠୁ ତଳେ ବାଜିଥିଲା । ସେ ଆହତ ହେବାରୁ ଆଉ ଖସିପଳାଇ ପାରିନଥିଲା । ତା ନିକଟରୁ ଗୋଟିଏ ୯ ଏମଏମ ପିସ୍ତଲ, ଅଫୁଟା ଗୁଳି , ଖୋକା ଓ ତା ବାଇକ ଜବତ କରାଯାଇଛି । ଆହତ ଅବସ୍ଥାରେ ତାକୁ ପୁରୀ ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଆହତ ଗୋଖାସାହି ମାଟିତୋଟା ଅଂଚଳର ଦୁର୍ଦ୍ଧାନ୍ତ ଅପରାଧୀ ଦିବାନା ବେହେରା ପୋଲିସ ର ମୋଷ୍ଟ ୱାନଟେଡ଼ ଲିଷ୍ଟ ରେ ଥିଲା । ତା ନାମରେ ୨୬ ରୁ ଅଧିକ ମାମଲା ରହିଛି । ସେ ସୁପାରୀ ନେଇ ହତ୍ୟାକାଣ୍ଡ ଘଟାଇବାକୁ ଯାଉଥିଲା ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *