Monday , June 21 2021
Breaking News
Home / ବିଶେଷ / ପୁରୀ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୭୬ତମ ଜନ୍ମୋତ୍ସବ ପାଳିତ

ପୁରୀ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୭୬ତମ ଜନ୍ମୋତ୍ସବ ପାଳିତ

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ଧର୍ମ ସମ୍ରାଟ ସ୍ୱାମୀ କରପତ୍ରୀଜୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ରାମରାଜ୍ୟ ପରିଷଦ ପକ୍ଷରୁ ଆଜି ପୁରୀ ଗୋବର୍ଦ୍ଧନପୀଠର ୧୪୬ତମ ଶଙ୍କରାଚାର୍ଯ୍ୟ ଜଗତ୍ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୭୬ତମ ପ୍ରକଟ ଉତ୍ସବ, ପରିଷଦର ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ପଟିଆ ସ୍ୱର୍ଣ୍ଣ ଭବନଠାରେ ଗୁରୁଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏକ ବୈଦିକ ଯଜ୍ଞ ପଣ୍ଡିତ ଡ଼ଃ ନିରଞ୍ଜନ ବ୍ରହ୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ହିନ୍ଦୁରାଷ୍ଟ୍ର ମହାସଂଘର ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଗୁରୁଜୀଙ୍କୁ ପରାମାତ୍ମା ଯେଉଁ ଶକ୍ତି ଦେଇଛନ୍ତି ତାହା ଅନନ୍ୟ ୭୬ ବର୍ଷ ବୟସରେ ସେ ଜଗତ କଲ୍ୟାଣ ପାଇଁ ଦୈନିକ ୨୦ ଘଂଟା ବୌଦ୍ଧିକ ପରିଶ୍ରମ କରିଥାନ୍ତି । ମୁଖ୍ୟ ଅତିଥି ଡ଼ଃ ବ୍ରହ୍ମା କହିଲେ ଯେ, ଓଡ଼ିଆ ଜାତି ପୂଜ୍ୟ ପୂଜା କରିବାରେ ଅତ୍ୟନ୍ତ କୃପଣ । ଗୁରୁଜୀ ୫୦ ବର୍ଷର ସନ୍ନ୍ୟାସ ଜୀବନରେ ଅନ୍ୟୁନ ୧୪୦ ଖଣ୍ଡ ଅତ୍ୟନ୍ତ ମୂଲ୍ୟବାନ ପୁସ୍ତକ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ତାର ପ୍ରଚାର ଓ ପ୍ରସାର ଠିକ୍ ଭାବେ ହେଉନାହିଁ, ଏହା ଅତ୍ୟନ୍ତ ଦୁଃଖଦାୟକ । ଅନ୍ୟତମ ଅତିଥି ରାମରାଜ୍ୟ ପରିଷଦର ରାଷ୍ଟ୍ରୀୟ ସଂଯୋଜକ ମନୋଜ ରଥ କହିଲେ ଯେ, ଶିବାବତାର ଭଗବାନ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ଗୁରୁଜୀ ପତ୍ୟେକ ବର୍ଷ ହିନ୍ଦୁ ଧର୍ମ, ସଂସ୍କୃତ, ସଂସ୍କୃତି ଓ ଗୋଜାତିର ସୁରକ୍ଷା ପାଇଁ ଅନ୍ୟୁନ ୨୫୦ ଦିନର ଭାରତ ଭ୍ରମଣ କରିଥାନ୍ତି । ବିଶ୍ୱର ତଥା ହିନ୍ଦୁ ସମାଜର କଲ୍ୟାଣ ପାଇଁ ସେ ଏକ ଉତ୍ସର୍ଗୀକୃତ ଜୀବନ । ଆଜିର ସମସ୍ତ ବୈଦିକ କାର୍ଯ୍ୟକ୍ରମକୁ ପଣ୍ଡିତ କାହ୍ନୁଚରଣ ଦେବଶର୍ମା ପରିଚାଳନା କରିଥିଲେ ଓ ପରିଷଦର ଆଜୀବନ ସଦସ୍ୟ ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖା ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *