Thursday , August 5 2021
Breaking News
Home / ବିଶେଷ / ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚୁ୍ୟତ ହେଲା ଟ୍ରେନ୍- ୧୦ ଘଂଟା ଧରି ଯାତାୟତ ବାଧା ପ୍ରାପ୍ତ

ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚୁ୍ୟତ ହେଲା ଟ୍ରେନ୍- ୧୦ ଘଂଟା ଧରି ଯାତାୟତ ବାଧା ପ୍ରାପ୍ତ

ପାରାଦ୍ୱୀପ,୧୬/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚୁ୍ୟତ ହୋଇଛି ଟ୍ରେନ ବଗି । ୪ଟି ବଗି ଲାଇନଚୁ୍ୟତ ହୋଇଥିବା ବେଳେ ପିପିଏଲ କାରାଖାନା ଭିତରକୁ ଓ ବାହାରକୁ ଯିବା ଆସିବା ପ୍ରାୟ ୧୦ ଘଂଟା ଧରି ବନ୍ଦ ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଟ୍ରେନ୍ ଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିବା ବେଳେ ଫାଟକ ନିକଟରେ ଏହାର ୪ଟି ବଗି ଲାଇଚୁ୍ୟତ ହୋଇଥିଲା । ଟ୍ରେନ ଲାଇନ ରୁ ବଗି ଛିଟିକି ବାହାରି ଯାଇଥିଲା । ତେବେ ଏଥିରେ କାହାରି କୌଣସି କ୍ଷତି ହୋଇ ନଥିବା ବେଳେ, ମେସିନ ସାହାଯ୍ୟରେ ବଗିକୁ ଲାଇନ ଉପରକୁ ନେବାକୁ ଚେଷ୍ଟା ଜାରି ରହିଛି । ତେବେ ଲାଇନଚୁ୍ୟତ ର କାରଣ ସ୍ପଷ୍ଟ ଜଣାପଡିନାହିଁ , ଲାଇନ ଉପରେ ଗୋଡି ପଡିଥିବାର ଏପରି ଘଟିଥିବା ଅନୁମାନ କରାଯାଇଛି । ଡବା ଖାଲିଥିବାରୁ ଏହି ଗୋଡି ଟ୍ରେନ ଚକାରେ ଲାଗି, ଚକା ଛିଟିକି ଯାଇଥିବା ଅନୁମାନ କରାଯାଉଛି । ଦୀର୍ଘ ବର୍ଷ ଧରି ଏହି ସ୍ଥାନ ରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ହେଉଥିଲେ ବି ପିପିଏଲ୍ କର୍ତୃପକ୍ଷ ଏହାକୁ ଏଡାଇ ଚାଲିଛନ୍ତି । ତୁରନ୍ତ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ସାଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *