Monday , June 21 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପିପିଏଲ୍  କୁ ଗ୍ରୀନଟେକ୍ ଫାଉଣ୍ଡେସନ ସୁରକ୍ଷା ପୁରସ୍କାର-୨୦୨୦

ପିପିଏଲ୍  କୁ ଗ୍ରୀନଟେକ୍ ଫାଉଣ୍ଡେସନ ସୁରକ୍ଷା ପୁରସ୍କାର-୨୦୨୦

ପାରାଦୀପ ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଶ୍ରେଷ୍ଠ ଶିଳ୍ପ ନିରାପତା ସାମଗ୍ରିକ ପ୍ରୟାସ ପାଇଁ ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ଗ୍ରୀନଟେକ୍ ଫାଉଣ୍ଡେସନ ସୁରକ୍ଷା ପୁରସ୍କାର ହାସଲ କରିଛି । ତାମିଲନାଡୁର ମହାବଲିପୁରମ ଠାରେ ଫେବୃୟାରୀ ୧୨ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରୀନଟେକ୍ ଫାଉଣ୍ଡେସନ ଅଧ୍ୟକ୍ଷ କମଲେଶ୍ୱର ସରନଙ୍କ ଉପସ୍ଥିତିରେ ଓ ଏନଜିସିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଏସ୍.ଡି. ମାସ୍କେ ପିପିଏଲ୍ର ଅଗ୍ନି ଓ ନିରାପତା ଜେଟି ଜିଏମ୍ ନିହାର କାନ୍ତି ରାଉତ ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ । ସୁଚନା ଥାଉ କି, ଗ୍ରୀନଟେକ୍ ଫାଉଣ୍ଡେସନ ଶିଳ୍ପାୟନରେ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ଏହି ପୁରସ୍କାର ପ୍ରଦାନ କରିଥାଏ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ …

Leave a Reply

Your email address will not be published. Required fields are marked *