Saturday , July 31 2021
Breaking News
Home / ବିଶେଷ / ପାରିବାରିକ କଳହ କୁ କେନ୍ଦ୍ର କରି ଗଛରେ ରସି ଲଗାଇ ଯୁବକର ଆତ୍ମହତ୍ୟା

ପାରିବାରିକ କଳହ କୁ କେନ୍ଦ୍ର କରି ଗଛରେ ରସି ଲଗାଇ ଯୁବକର ଆତ୍ମହତ୍ୟା

କନ୍ଧମାଳ,୦୫/୦୫/୨୦୨୧(ଓଡିଶା ସମାଚାର/ ସଞ୍ଜୟ କୁମାର ପାଣିଗ୍ରାହୀ):ପାରିବାରିକ କଳହକୁ କେନ୍ଦ୍ର କରି ମହୁଲ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛି । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡା ର ସଞ୍ଜୟ ବିଶିମାଝୀ । ଘଟଣାରୁ ପ୍ରକାଶ ଯେ, ସଞ୍ଜୟଙ୍କ ଘରେ ପ୍ରତ୍ୟେକ ଦିନ ପାରିବାରିକ କଳହ ଚାଲିଥିଲା । କିନ୍ତୁ ଗତ କାଲି ମଧ୍ୟ ପ୍ରତ୍ୟେକ ଦିନ ଭଳି କଳହ ଅତ୍ୟଧିକ ହୋଇଥିବାରୁ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମ ର କରଡାକାଣ୍ଡ ଜଙ୍ଗଲ ରେ ଥିବା ଏକ ମହୁଲ ଗଛ ରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ବୁଧବାର ସକାଳୁ ଗ୍ରାମ ଲୋକ ପାଖ ନଦୀକୁ ଗାଧୋଇବାକୁ ଆସୁଥିବା ବେଳେ ମହୁଲ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପୁଲିସ କୁ ଖବର୍ ଦେଇଥିଲେ । ଫୁଲବାଣୀ ଟାଉନ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ କରିବାକୁ ସଦର ମହକୁମା ଡାକ୍ତର ଖାନା କୁ ପଠାଇ ଘଟଣା ର ତଦନ୍ତ କରୁଥିବା ପୋଲିସ କହିଛି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *