Wednesday , June 16 2021
Breaking News
Home / ବିଶେଷ / ପାରିବାରିକ କଳହରୁ ବାଳକର ଆତ୍ମହତ୍ୟା

ପାରିବାରିକ କଳହରୁ ବାଳକର ଆତ୍ମହତ୍ୟା

ପାରାଦୀପ ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ସ୍ଥାନୀୟ ଲକପଡ଼ା ଅଂଚଳରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ପଡ଼ାର କାଳିଆ(୧୬) ନାମକ ବାଳକ ବେକରେ ରଶିଦେଇ ଆତ୍ମହତ୍ୟା କରିଛି । ଘଟଣାଟି ଜଣାପଡ଼ିବା ପରେ ସଂପୃକ୍ତ ପଡ଼ାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ନାଲୁ(୪୦) ଏଠାରେ ରହି ଚିକେନ୍ ଦୋକାନ କରନ୍ତି । ନାଲୁ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ପ୍ରାୟ ସବୁ ସମୟରେ ଝଗଡ଼ା ହୁଏ । ଏପରିକି ନାଲୁ ଏହି କଳିଝଗଡ଼ା ଯୋଗୁଁ ଘର ଛାଡ଼ି ଅନେକ ସମୟରେ ବାହାରେ ରୁହନ୍ତି । ଆଜି ଅପରାହ୍ନରେ କାଳିଆ ଘର ସାମ୍ନାରେ ସାଙ୍ଗମାନଙ୍କ ସହିତ ଖେଳୁଥିଲା । ଖେଳିସାରି ଘରକୁ ଯାଇଥିଲା । ଘରକୁ ଯିବାର କିଛି ସମୟ ପରେ କାଳିଆ ରଶିରେ ଝୁଲୁଥିବା ଦେଖାଯାଇଥିଲା । ପଡ଼ାବାସୀ କାଳିଆକୁ ତୁରନ୍ତ ଅଠରବାଙ୍କି ମେଡ଼ିକାଲକୁ ନେଇଥିଲେ । ମାତ୍ର ସେଠାରେ ଡ଼ାକ୍ତର କାଳିଆକୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *