Tuesday , June 15 2021
Breaking News
Home / ତାଜା ଖବର / ପାରିବାରିକ କଳହକୁ କେନ୍ଦ୍ରକରି ଯୁବକର ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ପାରିବାରିକ କଳହକୁ କେନ୍ଦ୍ରକରି ଯୁବକର ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ସାଲେପୁର, ୦୨/୦୮/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) – ପାରିବାରିକ କଳହକୁ ନେଇ ଆଜି ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ ଗୁରୁତର ଅବସ୍ଥାରେ ସଂପୃକ୍ତ ଯୁବକକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଘଟଣା ସ୍ଥାନୀୟ ଅିବଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ନଈଗୁଆଁ ଗ୍ରାମର ସୁଦର୍ଶନ ବେହେରା(୩୦) ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବାରମ୍ବାର ପାରିବାରିକ ଅଶାନ୍ତିକୁ ନେଇ କଳିଗୋଳ ଲାଗିଆସୁଥିଲା । ଏପରିକି ଏହି ଘଟଣାକୁ ନେଇ ସାଲେପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଗତକାଲି ସାଲେପୁର ଥାନା ପରିସରରେ ଦୀର୍ଘଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଆପୋଷ ସମାଧାନ କରାଯାଇଥିଲା । ହଠାତ୍ ଆଜି ସକାଳ ପ୍ରାୟ ୯ଟା ସମୟରେ ସୁଦର୍ଶନ ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ହରିଚନ୍ଦନପୁର ପୋଲ ଉପରୁ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡିଥିଲେ । ନଦୀରେ ପୂର୍ବରୁ ଗାଧୋଉଥିବା ସ୍ଥାନୀୟ ଲୋକମାନେ ସୁଦର୍ଶନକୁ ନଦୀକୁ ଡେଇଁବା ଦେଖି ନଦୀ ପାଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଏହି ଘଟଣା  ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *