Tuesday , June 15 2021
Breaking News
Home / ତାଜା ଖବର / ପାରାଦ୍ୱୀପ ରେ ଡ଼ବଲ ମର୍ଡ଼ର

ପାରାଦ୍ୱୀପ ରେ ଡ଼ବଲ ମର୍ଡ଼ର

ପାରାଦ୍ୱୀପ, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ରେ ଡ଼ବଲ ମର୍ଡ଼ର । ତେବେ ମୃତକଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିନାହିଁ ।  ମିଳିଥିବା ତାଜା ସୂଚନା ଅନୁସାରେ ପାରାଦ୍ୱୀପ ନେହେରୁ ବଙ୍ଗଳା ବଜାର ନିକଟରେ ଗୋଟିଏ ମୃତ ଦେହ ପଡ଼ିଥିବାବେଳେ ଆଉ ଗୋଟିଏ ମୃତ ଦେହ ଅଳ୍ପ ଦୂରରେ ଥିବା ଏକ ଛୋଟ ଜଙ୍ଗଲ ରେ ପଡ଼ିଛି । ଦୁଇଟି ଯାକ ମୃତ ଦେହ ଦେଖିଲେ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଯେଉଁ ମୃତ ଦେହଟି ନେହେରୁ ବଙ୍ଗଳା ବଜାର ନିକଟରେ ପଡ଼ିଛି , ତାହାକୁ ଘୋଷାରି ଘୋଷାରି ଆଣି ସେଠାରେ ପକା ଯାଇଥିବା ଚିହ୍ନରୁ ଜଣାପଡ଼ୁଛି । ମେରାଇନ ଥାନା ପୋଲିସ୍ ପହଂଚି ଛାନଭିନ୍ ଆରମ୍ଭ କରିଛି । ତେବେ ଦୁଇ ମୃତକ ମାନସିକ ବିକ୍ତ ବ୍ୟକ୍ତି ବୋଲି ସ୍ଥାନୀୟ ଲୋକେ କହୁଥିବାବେଳେ ମାନସିକ ବିକୃତ ଦୁଇ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲେ ତାହା ତଦନ୍ତ ପରେ ଜଣାପଡ଼ିବ । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *